ଅପୂର୍ବ ଶାନ୍ତି
ଅପୂର୍ବ ଶାନ୍ତି
ପ୍ରକୃତିରେ ରହି ରଙ୍ଗ ସମାହାର
ଅପୂର୍ବ ଶାନ୍ତି ଅପାର
କୋଇଲିର ସ୍ୱର ଆମ୍ର ତୋଟାମାଳ
ବାଜିଗରଙ୍କ ଲାଗିଛି ଇସ୍ତାହାର
ଆକାଶରେ ଚାନ୍ଦ ଅମାବାସ୍ୟାରେ
ଲୁଚିଗଲା ପରେ ସେ ଅନ୍ଧାର
ଜ୍ଞାନର ପିପାସା ବିଜ୍ଞାନ ଭରସା
ବଢେ ଜ୍ଞାନ ପିପାଶୁଙ୍କର
ମକର ଯାଉଛି ଦିନ ବି ବଢୁଛି
ସୂର୍ଯ୍ୟ ସ୍ଥିର କି ଅସ୍ଥିର
ବୈଜ୍ଞାନିକ କହେ ଚନ୍ଦ୍ରରେ କରିବ ଘର
ଦେଇବି ପାରେ ଆୟୁ ମଣିଷଙ୍କୁ ଅପାର
ବାଜିଛି ଯେଉଁ ମୋହର ସେ ଦସ୍ତାବିଜ
ରହିଛି କାହା ପାଖର
ହାତେ ଯଦି ଲାଗିଯାଆନ୍ତା ସେ ଦଲିଲ
ବୈଜ୍ଞାନ ଵିଜ୍ଞାନୀ ପରଷମଣି ପରି
ପୃଥିବୀକୁ କରିଦିଅନ୍ତେ ହୁଏତ ସ୍ଥିର
ଆଉ ଗୋଟେ ସୂର୍ଯ୍ୟ ଆଉ ଚନ୍ଦ୍ର
ଧରାଇ ଧରା ପୃଷ୍ଠେ ସତ୍ୱର
ଭାଗ୍ୟ ପୃଷ୍ଠା ନିଶ୍ଚେ ବଦଳିଯାଆନ୍ତା
ଦିବ୍ୟ ଶାନ୍ତି ଗତି ମୁକ୍ତି ଅଣାକାର
ଖୋଲିବେ ଅଦୃଶ୍ୟ ସିନ୍ଦୁକ ତାଙ୍କର
ଚାଲ ଯିବା ସର୍ବେ କରିବା ଗୁହାରି
ନୂଆ କିଛି ପ୍ରଭୁ କର
ତୁମେ ତ ଶ୍ରେଷ୍ଠ ଵିଜ୍ଞାନୀ ବିଶ୍ୱର
ଚାବିଟା ଦିଅ ଏଥର
ନମନ ପ୍ରଣାମୀ ଠାରୁ ବଳି
ଆଉ କି ଦେଇ ପାରିବୁ ଛାର ।।
