STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ଅପୂର୍ବ ଶାନ୍ତି

ଅପୂର୍ବ ଶାନ୍ତି

1 min
11


ପ୍ରକୃତିରେ ରହି ରଙ୍ଗ ସମାହାର

ଅପୂର୍ବ ଶାନ୍ତି ଅପାର

କୋଇଲିର ସ୍ୱର ଆମ୍ର ତୋଟାମାଳ

ବାଜିଗରଙ୍କ ଲାଗିଛି ଇସ୍ତାହାର

ଆକାଶରେ ଚାନ୍ଦ ଅମାବାସ୍ୟାରେ

ଲୁଚିଗଲା ପରେ ସେ ଅନ୍ଧାର

ଜ୍ଞାନର ପିପାସା ବିଜ୍ଞାନ ଭରସା

ବଢେ ଜ୍ଞାନ ପିପାଶୁଙ୍କର

ମକର ଯାଉଛି ଦିନ ବି ବଢୁଛି

ସୂର୍ଯ୍ୟ ସ୍ଥିର କି ଅସ୍ଥିର

ବୈଜ୍ଞାନିକ କହେ ଚନ୍ଦ୍ରରେ କରିବ ଘର

ଦେଇବି ପାରେ ଆୟୁ ମଣିଷଙ୍କୁ ଅପାର

ବାଜିଛି ଯେଉଁ ମୋହର ସେ ଦସ୍ତାବିଜ

ରହିଛି କାହା ପାଖର

ହାତେ ଯଦି ଲାଗିଯାଆନ୍ତା ସେ ଦଲିଲ

ବୈଜ୍ଞାନ ଵିଜ୍ଞାନୀ ପରଷମଣି ପରି

ପୃଥିବୀକୁ କରିଦିଅନ୍ତେ ହୁଏତ ସ୍ଥିର

ଆଉ ଗୋଟେ ସୂର୍ଯ୍ୟ ଆଉ ଚନ୍ଦ୍ର

ଧରାଇ ଧରା ପୃଷ୍ଠେ ସତ୍ୱର

ଭାଗ୍ୟ ପୃଷ୍ଠା ନିଶ୍ଚେ ବଦଳିଯାଆନ୍ତା

ଦିବ୍ୟ ଶାନ୍ତି ଗତି ମୁକ୍ତି ଅଣାକାର

ଖୋଲିବେ ଅଦୃଶ୍ୟ ସିନ୍ଦୁକ ତାଙ୍କର

ଚାଲ ଯିବା ସର୍ବେ କରିବା ଗୁହାରି

ନୂଆ କିଛି ପ୍ରଭୁ କର

ତୁମେ ତ ଶ୍ରେଷ୍ଠ ଵିଜ୍ଞାନୀ ବିଶ୍ୱର

ଚାବିଟା ଦିଅ ଏଥର

ନମନ ପ୍ରଣାମୀ ଠାରୁ ବଳି

ଆଉ କି ଦେଇ ପାରିବୁ ଛାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics