STORYMIRROR

Sunanda Mohanty

Abstract Fantasy Thriller

4  

Sunanda Mohanty

Abstract Fantasy Thriller

ଶୀତ ରାଜାକନ୍ୟା

ଶୀତ ରାଜାକନ୍ୟା

1 min
9


ଫେରିଯିବୁନି ସଖି ମନ ଯିବ ଭାଙ୍ଗି

ତୁ ଅଛୁ ବୋଲି ଭାବ ପୀରତି

ଚଇତି ସ୍ମୃତି ହୁଏ ଜୀବନ୍ତ ଅତି

ତୁ ଅଛୁ ବୋଲି ଶୁଭେ ଜୀବନ ଗୀତି

ତତେ ଖୁଣ୍ଟି ନାଣ୍ଟି ଜୀବନ ଗତି

ତତେ ଝୁଣ୍ଟି ଗତି ଓ ମୁକ୍ତି

ମାଗୁଣି ଏତିକି ଛାଡିକି ଯିବୁନି

କିଏ ଦେବ ଆଉ ଶୀତ ପାହାନ୍ତି

କୁହୁଡି ଘେରା ଭିତରେ ଶିଶିର କାନ୍ତି

ଶୀତରେ ଅଳସ ଅପରାହ୍ନ ଦିଏ ଶାନ୍ତି

ଶୀତ ସକାଳଟା ମିଠା ଚଇତି

ଶୀତ ରାତିର ମାଧୁରିମା ପଂକ୍ତି

ମନେ ଆଣେ ସ୍ବପ୍ନ ନିଦ ମାଗେ ରାତି

ଶୀତ ବସନ୍ତକୁ ଡାକେ ନିଇତି

ମଳୟ ଝୁରୁଛି ଅଳସୀ ପ୍ରୀତି

ମାଘୁଆ ବାଘର କି କରାମତି

ଫାଲଗୁନ ଚୈତ୍ର ଚିତ୍ରଗୀତିର ତାତି

ଶୀତ ଖସଡ଼ାରେ ଭାବ ପୀରତି

ଶୀତ ସଵାରୀରେ କୁହୁଡି ରାଜୁତି

ଶୀତ ମଇଦାନେ ସୂର୍ଯ୍ୟଙ୍କ ଛାତି

ବସିଲେ ଘଡିଏ ବାଧେନା ତାତି

ଶୀତ ଲୋ ତୁ ସତେ ଇତି ରୁ ଅତି

କି ମୁଠେ ନିସ୍କୃତି ଭବରେ ଛନ୍ଦ ଚୌପଦୀ

ଶୀତ ଭିତରେ ଏତେ ସରହଦୀ

ଆକ୍ତା ମାକ୍ତା କିଏ ଶୀତରେ ନୁହଁନ୍ତି

ଏତେ କଥା ଆଉ କହନା ଶୀତ ତୁ

ଥିଲୁ ଯେମିତି ଥା ସେମିତି

କେମିତି ପାହିବ ତୋ ବିନା ଏ ନିଦାଘ ରାତି

ଯାଆନା ଯାଆନା ସଖି ତୁ

ବିଶାଖା ଲଳିତା ମାଳତୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract