STORYMIRROR

Sunanda Mohanty

Action Classics Thriller

4  

Sunanda Mohanty

Action Classics Thriller

ରାମ ନାମ

ରାମ ନାମ

1 min
20


ରାମ ନାମରେ ଅଛି ଯେଉଁ ରସ

ରାମ ଚରିତ୍ରରେ ଅଛି ସୁବାସ

ପୁତ୍ର, ଭାଇ, ସ୍ୱାମୀ, ପ୍ରଜାଙ୍କ ପାଇଁ

ନିଆରା ଦେବଦାସ

ପୁତ୍ର ପଣେ ରଖିଲ ଯଶ

ଭାଇ ନାମେ ଉଡେ ଧ୍ବଜା ଅଶେଷ

ସ୍ୱାମୀ ହୋଇ ସେତୁବନ୍ଧ ପ୍ରକାଶ

ବନ୍ଧୁ ରୂପେ ସୁଗ୍ରୀବ ମିତ୍ର ଅବଶ୍ୟ

ପ୍ରଭୁ ପଣେ ହନୁମାନ ହେଲେ ବଶ

ପ୍ରଜାଙ୍କ ହିତରେ ରାଜା ସନ୍ତୋଷ

ଦେଇ ଜାଣ କିଛି ନନେବା ପଣ

ରାମରାଜ୍ୟ ଦୃଷ୍ଟାନ୍ତ ଯୁଗକୁ ଜାଣ

ରାମ ନାମ ଉଚ୍ଚାରଣ

ମରା କହି ବାଲ୍ମୀକି ଉଦାହରଣ

ରାମ ଜପ ତପ ରାମ ବଶୀକରଣ

ପୁଣି ଫେରିଛି ସେହି ଯୁଗାବ୍ଦ

ଆଉ ରହିବନି ଭେଦ ଅଭେଦ

ମିଠାସ ଶବ୍ଦ ବଦଳି ଅବ୍ଦ

 ଲାଲା ଆଣିବେ ସମ୍ଭାବନା ଫର୍ଦ

ଶିଶୁ ଅବୟବ ନୁହେଁ ନିର୍ବେଦ 

ଲେଖିବ ନିଶ୍ଚୟ ନୂତନ ସକାବ୍ଦ

ସ୍ନେହ ଶ୍ରଦ୍ଧା ପ୍ରୀତି ମୈତ୍ରୀ ସାନିଧ୍ୟ

ସମ୍ମାନ ସଦିଚ୍ଛା ଶୁଭେଚ୍ଛାର ପ୍ରାରବ୍ଧ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action