STORYMIRROR

Sunanda Mohanty

Action Classics Thriller

4  

Sunanda Mohanty

Action Classics Thriller

ବସନ୍ତ ପଞ୍ଚମୀ

ବସନ୍ତ ପଞ୍ଚମୀ

1 min
9


ତିଥି ପଞ୍ଚମୀ ବାଗଦେବୀ ନମାମି

ଅନ୍ଧାରରୁ ଆଲୋକକୁ ନେବା ପ୍ରଣାମୀ

ତଵ ଆଶିଷରେ ଜୀବନେ ମୌସୁମୀ

ଯାହା ଦେଇଛ ଢାଳି ଅଞ୍ଜଳି କୁସୁମି 

ତଵ କୃପା ପାରାବାରେ ରହି ସ୍ବଧର୍ମୀ

ଜପ ତପ ଜାଣେନା ମାତ ଗୋସ୍ୱାମୀ

ନଆସୁ ପ୍ରଳୟ ମହାବାତ୍ୟା ସୁନାମୀ

ତୁମେ ଥିଲେ ପାଶେ ଦିବ୍ୟ ଦର୍ଶନୀ

ଵିଦ୍ୟା ବୁଦ୍ଧି ଆରାଧ୍ୟା ଶକ୍ତିମୟୀ ଜନନୀ

କିଙ୍କର ତଵ ପାଦେ କରେ ଦୟିନୀ

ଅନ୍ୟାୟରୁ ଦିଅ ନ୍ୟାୟ ମନ୍ଦାକିନୀ

ସରସ୍ବତୀ ଦେବୀ ମାତା ଭାବାନୀ

ସ୍ଫଟିକ ମାଳିକା ହସ୍ତେ ହଂସ ବାହିନୀ

ବେଦ ଉପନିଷଦ ଗୀତା ସଂହିତା ଉଦ୍ଭାବନୀ

ଦିଅ କରୁଣା ବାରିଧି ମାଆ କାତ୍ୟାୟନୀ

ଆସୁରିକ ଶକ୍ତିରୁ ମୁକ୍ତି ଦିଅ ସ୍ଫଟିକାମାଳିନୀ

ତୁମେ ଥିଲେ ଦେବୀ ଅଭୟ ଦାୟିନୀ

ଜ୍ଞାନ ଗୁଣ ଗରିମା ସମ୍ପ୍ରସାରିଣୀ

କାଳିଦାସ ଶିଷ୍ୟ ଉତ୍ତାରି ଜଗତଜନନୀ

ଅଭୟପ୍ରଦାୟିନୀ ବୀଣା ଧାରିଣୀ

ବିଦ୍ୟାଳୟ ମୁଖରିତ ଝଙ୍କୃତ ତଵ ଆଗମନୀ

ପୁଲ ପାଖୁଡାରେ ଦିବ୍ୟ ଅନୁଭବ କରୁ ଦୟିନୀ

ମାଆ ଵିଦ୍ୟାଦାତ୍ରୀ ଜ୍ଞାନ ଦେଇ ତୃପ୍ତି ପ୍ରଦାୟିନୀ

ଆକାଶ ହସୁଛି ଧରଣୀ ହସୁଛି

ସରସ୍ବତୀ ଦେବୈ ନମୋ ନମଃ

ଡାକନ୍ତି ସର୍ବ ଜନ ଜ୍ଞାନ ଗୁଣୀ

ଭୋ ଦେବୀ ବିଦ୍ୟା ପ୍ରଦାୟିନୀ ।



Rate this content
Log in

Similar oriya poem from Action