STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ତମେ ଫେରିଗଲା ପରେ

ତମେ ଫେରିଗଲା ପରେ

1 min
4


ତମେ ଫେରିଗଲା ପରେ

ହସୁନାହିଁ ଆଉ ଫଗୁଣ

ତମେ ପଛକୁ ଚାହୁଁନ ବୁଲି

କାନ୍ଦୁଛି ଧାରା ଶ୍ରାବଣ

ବସନ୍ତ ହୋଇ ତୁମେ ଜୀବନେ

ଭରିଦେଲ ଥିଲ ସପନ

ମଳୟ ହୋଇ ବିଞ୍ଚିଦେଇ ଗଲ

ସାତଋତୁର ଗୁଞ୍ଜନ

ତୁମେ କେଉଁ ଦୂର ତାଳ ବଣ

ସ୍ୱର ସୁରଭି ସମୀରଣ

ଆସିଥିଲ ଯେବେ ଫେରିଲ କିଆଁ

ସ୍ବପ୍ନ ସବୁ ଅକାରଣ

ତୁମେ ଗଲାପରେ ତୁମ ପଛେ ପଛେ

ଚାଲିଗଲାଣି ସୃଜନ

ତୁମ ଭିତରେ ଯାଦୁ ବୋଧେ ଥିଲା

ଅପରୂପ ଅଗରୁ ଚନ୍ଦନ

ତୁମେ ପୂର୍ଣ୍ଣିକୁମ୍ଭ ଭରିଲ ଜୀବନେ

ଭରିଦେଇ ଆଶା ସକାରଣ

ଆଜି ତୁମେ ଏଠୁ ଚାଲିଗଲ ଯେବେ

ନିଦାଘ ହୁଏ ଦାରୁଣ

ଫେରିଆସ ପୁଣି ଏଇ ଧରା ପୃଷ୍ଠେ

ହସୁଥାଉ ବାତାବରଣ

କି ଉପମା କିଏ ଦେଇପାରିବ ତୁମକୁ

ତୁମେ ଜଗା କୃଷ୍ଣ ଶ୍ୟାମଘନ

ତୁମେ କେବେ ନଈ ନାଳ ବିଲ ବଣ

ପ୍ରକୃତିର ଆସ୍ତରଣ

ମେଘ ହୋଇ ଆସ ଗରଜି ବରଷ

କେବେ ଖରା ନିଦାରୁଣ

ଖରା ହୋଇ ଆସ ସୂର୍ଯ୍ୟ ସମ ହସ

ଦେଖି ଧରା ନିରାବରଣ

ଶୀତ ହୋଇ ଆସି ପିନ୍ଧାଇ ସବୁଜ ପାଟ

ଦେଇ ଧରିତ୍ରୀ ମୁଣ୍ଡେ ଚନ୍ଦନ

ସିନ୍ଦୁରେ ସୁନ୍ଦରୀ ସେ କନକଗୋରୀ

କରାଏ ବାଟବରଣ

ତୁମେ ଭକ୍ତର ପ୍ରଭୁ ଭକ୍ତିର ନାଉରୀ

ତୁମ ପାଇଁ ପୁଣ୍ୟର କଳସୀ ପୂର୍ଣ୍ଣ ।


Rate this content
Log in

Similar oriya poem from Action