STORYMIRROR

Gobinda Chandra Sethi

Inspirational Thriller

4  

Gobinda Chandra Sethi

Inspirational Thriller

ନିଆଁରେ ଜୀବନ

ନିଆଁରେ ଜୀବନ

1 min
23


ଏନ୍ତୁଡ଼ି ନିଆଁରୁ ଜୀବନ ଆରମ୍ଭ

ମଶାଣି ନିଆଁରେ ଶେଷ

ତଥାପି ସରୁନି ଅହଙ୍କାର ତୋର

ଜୀବନ ହୁଏ ନିରଷ ।

ଅହଙ୍କାର ନିଆଁ ମନରେ ଭରିକି 

ସଂସାର ଜଳେ କାହାର

ଧନ୍ୟ ଧନ୍ୟ ତୁହି ମଣିଷ ସମାଜ

ଦୁଃଖରେ କରୁ ଅଧୀର ।

ଭାଇ ଭାଇ ମଧ୍ୟେ ଦେଖୁ ଖଣ୍ଡ ଯୁଦ୍ଧ

ଲୋଭ ବଶବର୍ତ୍ତୀ ହୋଇ

ରକ୍ତ ବୁଛେ ନାହିଁ ରକ୍ତ ସମ୍ପର୍କକୁ 

ରକ୍ତରେ ଭାସଇ ସେହି  

କେବେ ପିତାମାତା ହୃଦୟରେ ନିଆଁ

ଦେଇଛି ତାର ସନ୍ତାନ

ବାର୍ଦ୍ଧକ୍ୟରେ ତାଙ୍କୁ କେହି ମିଳେ ନାହିଁ

ଦୁଃଖରେ କାଟେ ଜୀବନ l

ପତି ପତ୍ନୀଙ୍କର ଅବୁଝା ବଣାରେ

ପ୍ରେମ ସମ୍ପର୍କରେ ନିଆଁ

ସବୁ ଭସ୍ମ ହୁଏ କ୍ଷଣକ ମଧ୍ୟରେ

ଦେଖି ଦେଖି ତାର ଧୂଆଁ l

ଆଜି ଏ ଦେଶରେ ଦେଖୁ କୁହେଳିକା 

ଅହଙ୍କାର ନିଆଁ ନେଇ 

ଧନୀ ଓ ଗରୀବ ଉଚ୍ଚ ଆଉ ନୀଚ

କେତେ ଭେଦ ଭାବ ଦେଇ l

ନିଆଁରେ ନିଆଁରେ ଚାଲୁଛି ଜୀବନ

ସଂସାରେ କରୁଛୁ ରଡି

ପଞ୍ଚଭୁତ ଆତ୍ମା ଲୀନ ହୋଇଯିବା 

ଆସିଲେ ବିଦାୟ ଘଡି l।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational