STORYMIRROR

Kalandi pal

Inspirational

4  

Kalandi pal

Inspirational

ଲୋକେ ବୋଲିବେ କ'ଣ?

ଲୋକେ ବୋଲିବେ କ'ଣ?

1 min
335


ମଣିଷ ହୋଇ    ସମାଜେ ରହି

     ପଶୁ ପ୍ରକୃତି ଘେନ

ପ୍ରକୃତି ବଶେ     ଜୀବନ ରସେ

     ହରାଅ ଦିବ୍ୟଜ୍ଞାନ 

ତେବେ, ଲୋକେ ବୋଲିବେ କ'ଣ ??


ମଣିଷେ ନୁହେଁ    ପଶୁରେ ନୁହେଁ

     ନବଗୁଞ୍ଜର ନାମ

ସମାଜ ନୀତି       ନିୟମ କିଛି

     ନାହିଁ ତ ପ୍ରୟୋଜନ

ତେବେ, ଲୋକେ ବୋଲିବେ କ'ଣ ??


କନ୍ୟା ରତନ      ତୁଣ୍ଡେ ବହନ

      ଘୋଷୁଥା ନିତି ଦିନ

ବାଳୁତ କନ୍ୟା       କରି ଧର୍ଷଣ

       କି ଲାଭ ପାଉ ଧନ

ତେବେ, ଲୋକେ ବୋଲିବେ କ'ଣ ??


ଯାଇ ପାରେନା     ନାରୀଟି ସିନା

     ଏକା ପଦାକୁ ଜାଣ

ମାଉଁସ ଲୋଭି      ରାକ୍ଷସ ଏଠି

      ବୁଲନ୍ତି ପଣ ପଣ 

ତେବେ, ଲୋକେ ବୋଲିବେ କ'ଣ ??


ବଡ ସାନର       ନାହିଁ ବିଚାର

     ସାରିଲା ଅହଂ ଗୁଣ

ସ୍ଵାର୍ଥର ଅନ୍ଧେ      ପକୃତି କାନ୍ଦେ

     ନାହିଁ ଜଙ୍ଗଲ ବଣ

ତେବେ, ଲୋକେ ବୋଲିବେ କ'ଣ ??


ବଦଳି ଗଲା        ପକୃତି ପରା

      ଅଦିନେ ହୁଏ ଦିନ

ଝଡ଼ ବତାସ       ଉଡାଏ ହୋସ

     ନେଉଛି କେତେ ପ୍ରାଣ

ତେବେ, ଲୋକେ ବୋଲିବେ କ'ଣ ??


ମଣିଷ ମାରେ       ମଣିଷ ଏଠି

     ପିଅଇ ତାଜା ଶୋଣ

ଭାଇ ଚିହ୍ନୁନି       ଭାଇକୁ ଏଠି

     ଭାରିଜା ଅଟେ ପ୍ରାଣ

ତେବେ, ଲୋକେ ବୋଲିବେ କ'ଣ ??


ଜନମ କଲା      ବୋପାଟି ପରା

     ଖୋଜୁଛି ଜରାଶ୍ରମ

ଭାରିଜା ପାଏ     ପାଶୋରି ଯାଏ

     ତାଙ୍କ ମହତ୍ ଦାନ

ତେବେ, ଲୋକେ ବୋଲିବେ କ'ଣ ??


ବଳ ଯାହାର       ମୁଲକ ତାର

     ପାଖେ ଅମାପ ଧନ

ଚରିତ୍ର ହୀନ     ହେଉ ସେ ଜନ

      ସମାଜ ଦିଏ ମାନ

ତେବେ, ଲୋକେ ବୋଲିବେ କ'ଣ ?


ମଣିଷ ହୋଇ      ବିଚାର ନାହିଁ

      ସ୍ଵାର୍ଥର ବିନା ଆନ

ଜାଣେନି କିଛି       ମଣିଷ ଏଠି

     ପଶୁଠୁଁ ଅଟେ ହୀନ 

ତେବେ, ଲୋକେ ବୋଲିବେ କ'ଣ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational