ଭାଗ୍ଯ
ଭାଗ୍ଯ
ଭାଗ୍ଯରେ ଥିଲା ପ୍ରାପତ ହେଲା
କହନ୍ତି ଏହା ଲୋକେ ।
ଭାଗ୍ଯେ ନଥିଲେ ମିଳିବ କାହୁଁ
କହିଥାଆନ୍ତି ଥୋକେ ।୧।
ଭାଗ୍ଯ କହ ବା ଦଇବ କହ
ବୁଝାଏ ଏକା କଥା ।
ଭାଗ୍ଯ ବିଧାନ ଦୈବ ବିଧାନ
ବୁଝ ବିଧି ବ୍ୟବସ୍ଥା ।୨ ।
ପିତାମାତାଙ୍କ ସଂଯୋଗ କାଳେ
କପାଳେ ଲେଖେ ବିହି ।
ଜୀବନ ସାରା ଭୋଗେ ଯା ପ୍ରାଣୀ
ଏକଥା କହେ କେହି ।୩।
ସୁଜନେ ଏବେ କହୁଛି ଯାହା
ଶୁଣ ତା ସାବଧାନେ ।
ସଂଯୋଗ କାଳ କରିବ ସ୍ଥିର
ଏବେ ତୁମ୍ଭେ ଯତନେ ।୪।
ସୁତସୁତାଙ୍କ ଭାଗ୍ଯ ଲିହିବ
ତୁମ ସଂଯୋଗ ବଳେ ।
ସତ୍ଯ ଏକଥା ନୁହେଁ ଅନ୍ୟଥା
ଦେଖ ପୁରାଣ ଛଳେ ।୫।
ନିଜର ଭାଗ୍ଯ ନିଜେ ଗଢିବ
ବିଚିତ୍ର ଏ ନୁହଇ ।
ସୁପ୍ତ ସିଂହର ମୁଖରେ ମୃଗ
କେବେ କି ପଶେ ଯାଇ ? ୬।
ପୌରୁଷ ତୁମ ଜାଗ୍ରତ କର
ଉଦ୍ୟମେ କାର୍ଯ୍ୟସିଦ୍ଧି।
ହୁଏ ନିଶ୍ଚିତ ଏକଥା ସତ୍ଯ
ଉଦ୍ଯୋଗ ଦିଏ ସିଦ୍ଧି ।୭।
ଉଦ୍ୟମ ବିନା ମନୋରଥରେ
ହେବ କି ସିଦ୍ଧକାମ ?
ଭାଗ୍ଯ ତୁମର ଗଢିବ ତୁମେ
ଭାଗ୍ଯ ତୁମ ଉଦ୍ୟମ ।୮।
ଯତନ କଲେ ମିଳଇ ରତ୍ନ
ସାର ଏହି ବଚନ।
ଯତନେ ରତ୍ନ ନମିଳେ ଯଦି
ଦେଖ ତା ଦୋଷମାନ । ୯।
ଜାଣିଲେ ଦୋଷ କର ଅବଶ୍ଯ
ତାହାର ପ୍ରତିକାର ।
ଫଳିବ ଭାଗ୍ଯ ନାହିଁ ସନ୍ଦେହ
ଅହୋଭାଗ୍ୟ ତୁମର ।୧୦।
