STORYMIRROR

Pratima Satpathy

Inspirational Others

4  

Pratima Satpathy

Inspirational Others

ସ୍ବପ୍ନ

ସ୍ବପ୍ନ

1 min
336


ରଜନୀ ରାଣୀର ଶୀତଳ ସ୍ପର୍ଶରେ

    ଶୋଇ ଯାଇଥିଲି ମୁହିଁ  

ସ୍ବପ୍ନରେ ଦେଖିଲି ପୃଥିବୀ ମାଆ ମୋ

    କାନ୍ଦୁଅଛି କଇଁ କଇଁ।

କାହିଁକି ଲୋ ମାଆ କାନ୍ଦୁଛୁ ଲୋ ତୁହି

    କିଏ ଦେଲା ତତେ ଦୁଃଖ

ଫିଟାଇ କହ ତୁ ମୋହର ଆଗରେ

   ନୋହି ଟିକିଏ ବିମୁଖ।

କାନ୍ଦିକରି ମାଆ କହୁଛି ଶୁଣୁ ତୁ

   ମୋହରି ସନ୍ତାନ ମାନେ

ଦୁଃଖ ଦେଉଛନ୍ତି ନିତି ନିତି ମୋତେ

    କହୁଛି ତୋତେ ସ୍ୱପନେ।

ମୋ ଗର୍ଭରୁ ଜନ୍ମି ଯେତେ ଖେଳା ଲୀଳା

    କଲେ ମୋତେ ଲାଗେ ଶାନ୍ତି

ମାତ୍ର ଜଙ୍ଗଲରୁ ଗଛପତ୍ର ସବୁ 

   ନିର୍ଦ୍ଦୟ ରୂପେ କାଟନ୍ତି।

ସେଥିପାଇଁ ଅଂଶୁମାଳୀ ର କିରଣ

   ଅତ୍ୟନ୍ତ ପ୍ରଖର ହୋଇ

ଜଳାଇ ଦେଉଛି ଶରୀର ମୋହର

   ଶାନ୍ତିରେ ପାରୁନି ଶୋଇ।

କଳକାରଖାନା ନିର୍ମାଣ କରିଣ

   ପରିବେଶ ନଷ୍ଟ କରି

ପୁତି ଗନ୍ଧମୟ ହେଉଛି ହୃଦୟ

    କିଛି ମୁଁ ପାରୁନି କରି।

କହୁଛି ତୋତେ ମୁଁ ଆଜିଠୁ ଶପଥ

   କର ମୋର ପାଶେ ତୁହି

ମୋହରି ଦୁଃଖକୁ କବିତା ମାଧ୍ୟମେ

   ସମସ୍ତଙ୍କୁ ଜଣା ତୁହି।

ସରବେ ହୋଇଲେ ସଚେତନ ନିଶ୍ଚେ

    ମୋ ଦୁଃଖ ହୋଇବ ଦୂର

ଲଗାଇଲେ ଗଛ ପରିବେଶ ସ୍ୱଚ୍ଛ

    ରହିବ ଜାଣ ମୋହର।

ସ୍ୱପ୍ନର ବାର୍ତ୍ତା କୁ ଭାଇ ଭଉଣୀଙ୍କୁ

    କବିତାରେ ମୁଁ କହୁଛି

ସର୍ବେ ଏକ ଏକ ଗଛ ଯେ ଲଗାଅ 

    ଅନୁରୋଧ କରୁଅଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational