Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ଅଧ୍ୟବସାୟ ସଫଳତାର ଚାବିକାଠି

ଅଧ୍ୟବସାୟ ସଫଳତାର ଚାବିକାଠି

1 min
299



ଯେତେ ସଫଳତା ମିଳଇ ଜୀବନେ

ତାହା ଚାବିକାଠି ଅଧ୍ୟବସାୟ

ବିଜେତା ଭାବରେ କେହି ବି ଗଣିତ

ସର୍ବଦା କର୍ମରେ ରଖିକି ଲୟ ।


ଅଧ୍ୟବସାୟୀଟେ ଅବିଶ୍ରାନ୍ତ ଭାବେ

ଉଦ୍ଯୋଗରେ ସିନା ଲାଗିପଡ଼ଇ

ବିନା ସଂକଳ୍ପରେ କେହି କ'ଣ କେବେ

ସଫଳତା ଶିଢ଼ି ଚଢ଼ି ପାରଇ ?


କର୍ମ ସାଧନାର୍ଥେ ସଂକଳ୍ପରେ ସ୍ଥିର

ଉଦ୍ୟମୀ କେବଳ ରହେ ସର୍ବଦା

ହେଲେ ବି ବିଫଳ ଅଧ୍ୟବସାୟିତ

ଦୃଢ଼ପ୍ରତିଜ୍ଞାରେ ସାଜଇ ମେଧା ।


କାହାର କଟୁକ୍ତି ଅବା ପରିହାସ

ଛୁଇଁ ନପାରଇ ତାହାର ମନ

ବ୍ରତୀ ଥାଏ ସଦା କର୍ତ୍ତବ୍ୟ କର୍ମରେ

ଧିଆନ କେବଳ ଲକ୍ଷ୍ୟ ପୂରଣ ।


ଶେଷେ ସଫଳତା ପାହାଚରେ ବସି

ଗାଇଉଠି ତା'ର ବିଜୟ ଗୀତ

ପାଲଟଇ ଆନ ପାଇଁ ନିଦର୍ଶନ 

ହେଲା କେଉଁ ପରି ସେ ଅଭିପ୍ରେତ ?


ସେଥିପାଇଁ ନିଜ ସ୍ବାଧ୍ୟାୟ ବଳରେ

ଅଧ୍ୟବସିତଟେ ହୋଇ ଜୀବନେ

ପ୍ରଜ୍ଞାର ତାଲାକୁ ଖୋଲି ଜ୍ଞାନାଲୋକେ

ପୂର୍ଣ୍ଣ କରିଦିଅ ନିଜଠୁ ଆନେ ।



Rate this content
Log in

Similar oriya poem from Inspirational