STORYMIRROR

Nilamani Thapa

Inspirational Others

4  

Nilamani Thapa

Inspirational Others

ବିଶ୍ବ କ୍ରୀଡା ଦିବସ

ବିଶ୍ବ କ୍ରୀଡା ଦିବସ

1 min
378


ଶିକ୍ଷା ଦାନ ଏକ         ମହତ ଉଦ୍ଦେଶ୍ୟ

        ଶରୀର ର ହିତ କାରୀ

ଜୀବ ଥିବା ଯାଏ            ଅସରନ୍ତି ଏହା

        ସବୁ ଅଟେ ଦରକାରି ।


ଭଳ ମନ୍ଦ କଣ            ସମ୍ପର୍କ ରେ ଥାଏ

        ପରସ୍ପର ଏକ ହୋଇ

ଜାଣି ଜଣେଇ ବା          ମିଳିଥାଏ ସବୁ

        ଏକତାର ଭାବ ନେଇ ।


ଏକତା ହୋଇଣ            ସମ୍ମାନ ମିଳଇ

        ନିଜେ ଅନ୍ୟ ଠୁ ଶିଖଇ

ସାଙ୍ଗ ସାଥି ହୋଇ        ବିଭିନ୍ନ କାର୍ଯ୍ୟରେ

       ମନୋନିତ ସେ ହୁଅଇ ।


ଗୁରୁଜନ ଠାରୁ             ବିଶେଷ ଦକ୍ଷତା

        ଶିକ୍ଷା ଅର୍ଜନ କରଇ

ନିଜକୁ ନିଜେହିଁ           ବିଶ୍ବ ଜଗତରେ

        ପରିଚୟ ତାର ଦିଅଇ ।


ଶିକ୍ଷା ଦୃଷ୍ଟି ଯୋଗୁଁ       ଅନେକ ରେ ଏକ

        ଭାଗ୍ୟବାନ ମଣି ଥାନ୍ତି

ଲୋକଙ୍କ ପାଖରେ      ସହଭାଗୀ ହୋଇ

        ସମ୍ମାନ ପାଇ ଥାଆନ୍ତି ।


ଏ ସବୁ କର୍ତ୍ତବ୍ଯ           ଶୈଶବ କାଳରୁ

       ସାଙ୍ଗ ସାଥି ମେଳେ ଶିଖି

ବିଭିନ୍ନ ଖେଳରୁ            ସାମର୍ଥ୍ୟ ଦେଖାଇ

       କରି ଥାଆନ୍ତି ପ୍ରସ୍ତୁତି ।


ଖେଳ କୁଦ ଯୋଗୁଁ         ସ୍ବାସ୍ଥ୍ୟ ର ଉନ୍ନତି

         ଶରୀର ରେ ମିଳେ ପୃଷ୍ଟି

ସଭିଙ୍କୁ ଆପଣା             ଭାଇ ବନ୍ଧୁ କହି

         ସମସ୍ତେ ରୁହନ୍ତୁ ଶୁଖି ।


ସଦା ଧ୍ଯାନ ଦେବ          ଯତ୍ନ ବାନ ହେବ

       ତା ସହ ଦେବା ସୁରକ୍ଷା

ଖେଳ କୁଦ୍ ଅବା         ମଙ୍ଗଳ କାମରେ

       କରିବା ସଭିଙ୍କ ରକ୍ଷା ।


ଏସାରା ବିଶ୍ବ ରେ       କେତେ ଆଡମ୍ବରେ

        ଖୁସିରେ ଗର୍ବ ସହିତ

ସଭିଏଁ ମିଶିକି               ମନେଇ ଆସୁଛୁ

       ଏ ବିଶ୍ବ କ୍ରୀଡା ଦିବସ ।



Rate this content
Log in

Similar oriya poem from Inspirational