STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଗୁରୁକୁଳ ଶିକ୍ଷା

ଗୁରୁକୁଳ ଶିକ୍ଷା

1 min
512


ପ୍ରାଚୀନ କାଳର ଗୁରୁକୁଳ ଶିକ୍ଷା

ଥିଲା କେଡେ ମହୀୟାନ ।

ଗୁରୁ ଗୃହେ ରହି ବିଦ୍ୟାର୍ଥୀଏ ତହିଁ

ରତ ବିଦ୍ୟା ଅଧ୍ୟୟନ ।୧।

ବିଦ୍ୟାର୍ଜନ ସହ ମାନବ ଜୀବନ

କଲ୍ୟାଣ କରି ସାଧନ ।

ମୁକତି ଲଭିବେ କିପରି ଏ ଭବୁ

ଲଭୁଥିଲେ ଶିକ୍ଷାଦାନ ।୨।

ବ୍ରହ୍ମଚର୍ଯ୍ଯ ବ୍ରତ ଗୁରୁକୁଳେ ପାଳି

ଆଶ୍ରମର ନୀତି ମାନି ।

ବିଦ୍ୟା ଅଧ୍ୟୟନେ ହୁଅନ୍ତି ପ୍ରବୃତ୍ତ

ଗୁରୁକୁଳ ଦୀକ୍ଷା ଘେନି ।୩।

ଶିକ୍ଷା ଦୀକ୍ଷା ଗୁରୁ ଦିଅନ୍ତି ଶିଷ୍ୟଙ୍କୁ

ଗୁରୁମାତା ମାତା ସମ ।

ପାଳନ ପୋଷଣ କରନ୍ତି ଶିଷ୍ୟଙ୍କ

ଦେଇ ତାଙ୍କୁ ସ୍ନେହ ପ୍ରେମ ।୪।

ବେଦ ବେଦାଙ୍ଗରେ ହୋଇ ପାରଙ୍ଗମ

ଅଗ୍ନିହୋତ୍ର ଆଦି ସାରି ।

ସକଳ ବିଦ୍ୟାର ସାଧନ କରନ୍ତି

ଗୁରୁଗୃହେ କର୍ମ କରି ।୫।

ଶିକ୍ଷା ଦୀକ୍ଷା ଯେବେ ହୁଏ ସମାପନ

ବ୍ରହ୍ମ ତେଜେ ତେଜୀୟାନ ।

ବ୍ରହ୍ମଚାରୀ ଫେରି ଗୁରୁକୁଳୁ କରେ

ଗୃହସ୍ଥ ଧର୍ମ ପାଳନ ।୬।

ବ୍ରହ୍ମଚର୍ଯ୍ଯ ଗାର୍ହସ୍ଥ୍ୟ ଓ ବାନପ୍ରସ୍ଥ

ଯତିବ୍ରତ ଏଇ ଚାରି ।

ଆଶ୍ରମ ଧରମ ମାନବ ପାଳନ

କରି ଯାଉଥିଲେ ତରି ।୭।

ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ

ଫଳ ସାଧି ଏ ମାନବ ।

ଗୁରୁକୁଳ ଶିକ୍ଷା ଫଳ ପ୍ରଭାବରେ

ଗତି ମୁକତି ଲଭିବ ।୮।



Rate this content
Log in

Similar oriya poem from Inspirational