STORYMIRROR

Pratima Satpathy

Inspirational

4  

Pratima Satpathy

Inspirational

ଟୋପାଏ ସିନ୍ଦୁର

ଟୋପାଏ ସିନ୍ଦୁର

1 min
383


ଟୋପାଏ ସିନ୍ଦୁର ବଦଳାଇ ଦିଏ

    ପରିଚୟ ଝିଅଟିର

ବଧୂଟିଏ ସାଜି ପରିବାର ତେଜି

    ଚାଲିଯାଏ ଶାଶୂଘର ।।


ମଥାରେ ଥିଲେ ତା ଟୋପାଏ ସିନ୍ଦୁର

   କିଛି ଦରକାର ନାହିଁ

ଠାକୁରଙ୍କୁ ଡାକୁଥାଏ ସବୁବେଳେ

    ସିନ୍ଦୁରର ରକ୍ଷା ପାଇଁ ।।


କେତେ ଓଷାବାର ବ୍ରତ କରେ ସିଏ

    ନିଜ ସୁଖ ଦେଖେ ନାହିଁ

ସିନ୍ଦୁର ନାରୀର ସର୍ବୋତ୍ତମ ଶ୍ରେଷ୍ଠ

    ସିମନ୍ତରେ ଜଳୁଥାଇ ।।


ସମୟ ଆସିଲେ ସିନ୍ଦୁର ପାଇଁକି

   ସମସ୍ତଙ୍କୁ ଭୁଲିଯାଏ

ସିନ୍ଦୁର ସୁରକ୍ଷା ପାଇଁ ଜୀବନକୁ

    ଜଳାଞ୍ଜଳି ଦେଇଥାଏ ।।


ସିନ୍ଦୁର ମହତ୍ତ୍ୱ ଅଟଇ ବହୁତ

   ତା ପାଖରେ ସବୁ ତୁଚ୍ଛ

ମଥାରେ ସିନ୍ଦୁର ରହିଥିଲେ ତାର

   ବିପଦେ ରକ୍ଷା କବଚ ।।


ସିନ୍ଦୁର ବିହୁନେ ଶିରିହୀନ ଦିଶେ

   ନାରୀ ଟିଏ ସମାଜରେ

ଯେତେ ସୁନ୍ଦର ସେ ହେଇଥାଉ ପଛେ

    ଦିନ ଯାଏ ଦୁଶ୍ଚିନ୍ତାରେ ।।


ଲିଭିଗଲା ପରେ ମଥାର ସିନ୍ଦୁର

   ହୋଇଯାଏ ଅସହାୟ

ମଥାରେ ସିନ୍ଦୁର ଥାଏ ଯେବେ ତାର

   ନ ଥାଏ କାହାକୁ ଭୟ ।।


ଠାକୁରାଣୀ ଙ୍କର ସିନ୍ଦୁର ମଥାରେ

    ମାରିଲେ ମିଳଇ ମୁକ୍ତି

ଟୋପାଏ ସିନ୍ଦୁର ଦୁଇପଟ ଶଙ୍ଖା

    ନାରୀର ଶ୍ରେଷ୍ଠ ସମ୍ପତ୍ତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational