STORYMIRROR

Sarmistha Palai

Inspirational

4  

Sarmistha Palai

Inspirational

ମୋ ବୋଉ

ମୋ ବୋଉ

1 min
307


ବୋଉ ତୋ' ହୃଦୟ ସ୍ୱଚ୍ଛ ଗଙ୍ଗା ଜଳ

  ସ୍ୱର୍ଗର ତ' ପାରିଜାତ।

ସ୍ନେହଁ, ମମତାର ଶୀତଳ ଝରଣା

  ଝରୁ ଥାଏ ଅବିରତ।


ମଧୁରତା, ଆଦରତା ପ୍ରୀତିର ତୁ'

  ଅଟୁ ଯେ' ବାରି ଧାର।

ବଳିଦାନ ତୋର ଅତୁଳନୀୟ

  ଆଶିଷର ତୁ' ଭଣ୍ଡାର।


ବିଶାଳ ହୃଦୟେ ଭରି ଅଛି ତୋର

  ପବିତ୍ର ମୟ ଅମୃତ।

ଅମାପ ଅଟଇ ତୋହରି ସିନିହଁ

  ତୁ' ତ' ଦେବୀ ସାକ୍ଷାତ।


ମହାନତାର ତ' ଜ୍ୱଳନ୍ତ ଦୃଷ୍ଟାନ୍ତ

  ଏହି ଧରଣୀ ବୁକୁରେ।

ଉଦାରତାରେ ତୁ' ପରିପୂର୍ଣ୍ଣ ଅଟୁ

  ସଂସାରର ଜଞ୍ଜାଳରେ।


ମାଟି ମାଆ ଠାରୁ ତୋ' ଗୁଣ ମହାନ

  ରକ୍ତ ପାଣି ଦେଇ ଗଢୁ।

ସକଳ କଷଣ ତୋ' ଶରୀରେ ସହି

  ଜୀବନ୍ୟାଶ ତୁହି ଦେଉ।


ତୋ' ଗୁଣ କୀର୍ତ୍ତନ ଯେତେ କରିଲେବି

  ଊଣା ରହି ଯିବ ବୋଉ।

ତୋ' କୋଳ ପରଶ ମନରେ ହରଷ

  ଅନ୍ତ ଯାଏଁ ମୋର ଥାଉ।


ଦୟା, କ୍ଷମା, ସହିଷ୍ଣୁତା ରେ ଭରା ତୁ

  ତୋ' ପରିକା କିଏ ହେବ।

ନିଜ ହୃଦ କୋହ ଲୁକାୟିତ କରି

  ମୋ' ମୁହଁରେ ହସ ଦେବ।


ମାଆ ହେଲା ପରେ ବୁଝିତ ପାରିଲି

  ମାଆ ମନର ତ' ବ୍ୟଥା।

ଯେତେ ଯନ୍ତ୍ରଣାରେ ଛଟ ପଟ ହେଲେ

  ପିଲା ପାଇଁ କରେ ଚିନ୍ତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational