STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ରାମଲାଲା

ରାମଲାଲା

1 min
10


ମୋ ଦେଶ ଭାରତ ବର୍ଷ

ତୁମେ ଆସିଗଲ ଫୁଲର ହସ

ସାରା ଆକାଶ ଦୂରେଇ ବିମର୍ଶ

ପ୍ରଜାପତି ମୁଠେ ଧରି କଉଡ଼ି

ଋତୁ ସବୁ ଲୁଚି ଶୀତ କୁହୁଡି

ନଈ ଓ ସମୁଦ୍ର ଖେଳେ ବାଗୁଡ଼ି

ରାମଲାଲା ଆସି ଏକତା ଜାବୁଡି

ହସର ଗୁଡ଼ି ସ୍ପର୍ଶ ଦଉଡି

ଲାଲାଙ୍କ ହାତରେ ଏ ଯେଉଁ ଛଡ଼ି

ଗାନ୍ଧୀଙ୍କ ଅହିଂସା ବାଡ଼ି

ବୁଦ୍ଧଙ୍କ ସତ୍ୟର ପେଡି

ସ୍ୱାଧିନଚେତାଙ୍କ ପଗଡି

ପ୍ରକୃତି କୋଳରେ ରଙ୍ଗର ଗୁଡ଼ି

ଏସବୁ ରାମଲାଲାଙ୍କ ଖେଳଶଗଡି

ଶିଶୁ ରୂପ ଆଜି ଦେବ ପ୍ରକାଶ

ମିଠା ହସ ବୃଷ୍ଟି କରି ଆକାଶ

ନୀଳ ନୀଳିମାରେ ବିଶ୍ୱପ୍ରକାଶ

ବଉଦ ଫାଙ୍କରୁ କଅଁଳ ସୂର୍ଯ୍ୟ

ତାରାଙ୍କ ଗହଣେ ଚନ୍ଦ୍ର ମୌର୍ଯ୍ୟ

ସେଇ ରାମରାଜ୍ୟ ମନରେ ହେଜ

ସବୁଦିନ ଏବେ ହେବ ରାମରାଇଜ

ଉଡି ଉଡି ପକ୍ଷୀ କହିବ ବାଜ

ରାମଲାଲାଙ୍କୁ ଦେଖିବା ହୁଅ ସଜ

ନୂଆ ଜାଗୃତିରେ ଦେଶ ଅଭିବାଜ୍ୟ

ଜୟ ହିନ୍ଦ ଭାରତମାତା ସ୍ଵରାଜ୍ୟ

ସଭିଏଁ ଗାନ୍ଧି ଓ ବୁଦ୍ଧ ମୋ ରାଜ୍ୟ

ଦୀପ ଧୂପ ଆଗରୁ କସ୍ତୁରୀ ସଜ

ଶାନ୍ତି ଥିଲା ଥିବ ଦେଶରେ ଆଜ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics