STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ସାଧନା ପଥେ

ସାଧନା ପଥେ

1 min
24


ସାଧନା ପଥେ ଅଳ୍ପ ବହୁତେ

ସଂଘର୍ଷ ଥାଏ ସତ

କଷଟି ପଥରରେ ସିଝି ମାଜି 

ଜୀବନେ ସତ୍ୟ ନିଶ୍ଚିନ୍ତ

ଲକ୍ଷ ପଥେ ନୋହି ବିଚ୍ୟୁତ

କର୍ମର ପାଦ ଆଗକୁ ବଢୁ ସେତ

ମନ ଆନନ୍ଦେ ନିତ୍ୟ

ଫୋପାଡି ଥିଲେ ଟେକା ପଥର

ହୁଏ ଶାଳଗ୍ରାମ ସେତ

ଚେଷ୍ଟା ନିଷ୍ଠା ପ୍ରଚେଷ୍ଟା ଥିଲେ

ଆନନ୍ଦ ନିରାନନ୍ଦ ମନ୍ଦାର ଶ୍ୱେତ

ପରିପୂର୍ଣ୍ଣ ଜୀବନ ସମ୍ଭାର ଅନେଶତ

ଦେଖି ନେତ୍ର ପବିତ୍ର

ସାଧନା ଦିଏ ସିଦ୍ଧି ବହୁତ ଜ୍ଞାନ

ଗୁଣ ଅପର୍ଯ୍ୟାପ୍ତ

ଶାନ୍ତି ସଂହତି ଭାବ ପୀରତି

କଷଟି ପଥେ ଆଲୋକପାତ

ସାଧନା ପଥେ ଟିକି ଫୁଲଟି

ଠାକୁର ମୁଣ୍ଡେ ଆପ୍ଲୁତ

ସାଧନା ପଥେ ଟିକି ପିମ୍ପୁଡି

ସଞ୍ଚୟ କରେ ବହୁତ

ସାଧନା ପଥେ ସିଦ୍ଧି ଲଭି

କେତେ କେ ବରପୁତ୍ର

ନଶ୍ୱର ଦେହ ଇଶ୍ଵର ନେଲେ

କର୍ମ ହେଲା ଆଦୃତ

 କର୍ମ ଓ ଧର୍ମ ପଥେ ଆଗେଇ

ସାଧନା ସିଦ୍ଧି ପ୍ରାପ୍ତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract