ସ୍ୱାମୀ ବିବେକାନନ୍ଦ
ସ୍ୱାମୀ ବିବେକାନନ୍ଦ
ଶୁଣଲୋ ସଜନୀ କହୁଛି କଥା
ଶୁଣିଲେ ଲାଗିବ ଅନେକ ବ୍ୟଥା ।
ଆସିଥିଲେ ସିଏ କ୍ଷଣିକ ପାଇଁ
ଚାଲିଗଲେ ଜ୍ଞାନ ସଂସାରେ ଦେଇ ।
ଆଧ୍ୟାତ୍ମିକ ଗୁରୁ ସଂସାରେ ହେଲେ
ଯୁବ ପିଢ଼ି ସବୁ ପଛେ ଧାଇଁଲେ ।
ଯୁବ ବୟସରେ ରଚିଲେ ନାମ
ଦେଶ ବିଦେଶରେ କେତେ ସୁନାମ ।
ଯୁବ ପିଢ଼ି ନେଇ କଲେ ପ୍ରୟାସ
ରଚିଥିଲେ ସତେ ସେ ଇତିହାସ ।
କହିଲେ ସଂସାରେ ଧର୍ମ ଅନେକ
ଧର୍ମ ମାନଙ୍କର ଲକ୍ଷ୍ୟଟା ଏକ ।
ଅନୁଭୂତି ଆମ ଶ୍ରେଷ୍ଠ ଶିକ୍ଷକ
ରଚିଦେବା ଆମେ କେତେ ପୁସ୍ତକ।
ଚିନ୍ତା ଚେତନାର ମହାନାୟକ
ବିଶ୍ୱର ପ୍ରସିଦ୍ଧ ସେ ଦାର୍ଶନିକ ।
ସନାତନ ଧର୍ମ ମହା ପ୍ରବକ୍ତା
ସ୍ତବ୍ଧ ହେଉଥିଲେ ସଂସାରେ ଶ୍ରୋତା ।
ସେ ମୁଖ ନିଃସୃତ ଅମୃତ ବାଣୀ
ମନକୁ ନେଉଛି ଆଜି ସେ କିଣି ।
ଥିଲା ଗୁରୁଙ୍କର ଭବିଷ୍ୟ ବାଣୀ
ଚାଳିଶି ବର୍ଷରେ ହେବ ଭାଳେଣି ।
ଚାଲିଗଲେ ସ୍ୱାମୀ ଦେଶକୁ ଛାଡ଼ି
ଆଜି ଜନ୍ମ ଦିନେ ଦେଶରେ ରଡି ।
ତାଙ୍କ ଜନ୍ମ ଦିନ ଦିଏ ହରଷ
ଭାରତ ବର୍ଷରେ ଯୁବ ଦିବସ ।
ଧନ୍ୟ ଧନ୍ୟ ସ୍ୱାମୀ ବିବେକାନନ୍ଦ
ଅବିସ୍ମରଣୀୟ ଚିର ଆନନ୍ଦ ।।
