STORYMIRROR

Sunanda Mohanty

Classics Thriller

4  

Sunanda Mohanty

Classics Thriller

ରାମ ନମଃ

ରାମ ନମଃ

1 min
17


ଵିନ୍ଦୁଏ ତଵ ଚେତନା

ଚେନାଏ ତଵ ଚୈତନ୍ୟ

ତଵ ପଦାରବିନ୍ଦରେ

ହନୁମାନ ଉପବେଶନ

କୋଦଣ୍ଡଧାରୀ ପିତୃସତ୍ୟ

ପାଳନାକାରୀ ଆଜ୍ଞାବହ ସୁପୁତ୍ର

ଦଶରଥଙ୍କ ପୁତ୍ର

ତିନି ମାତ ଥାଉ ବନଚାରୀ

ଅସୁର ଅସୁରୁଣୀର ନୈପଥ୍ୟ

ତଥାପି ଆଶ୍ୱସ୍ତ

ତୁମ କଳାରୁ ଟୋପେ

ତୁମ କାରନାମା ଦେଖି ଜପେ

ତୁମେ ଆଦି ଅନନ୍ତ

ଶ୍ରେଷ୍ଠ ନୃପେ

ବନ୍ଧୁ ରୂପେ

ତପେ ଜପେ ପ୍ରାପ୍ୟେ 

ତୁମେ ପ୍ରଭୁ ପଣେ

ଧନୁଧାରୀ ଗୁଣେ

ପ୍ରଜାଙ୍କ କଥା ଶୁଣେ

ସୀତା ବନବାସ କାରଣେ

ଏବେ ଓଲ୍ହାଇ ଆସି

ରାମଲାଲା ପ୍ରାଣ ପ୍ରକାଶି

ଧରା ଉଶ୍ଵାସୀ

ରାମରାଜ୍ୟ ଫେରିଆସୁ

କୃପା ବରଷି ବରଷି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics