STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ଅଦୃଶ୍ୟ ପକ୍ଷୀ

ଅଦୃଶ୍ୟ ପକ୍ଷୀ

1 min
5


ସେଇ ଯେ ବାଆଁରା ପକ୍ଷୀ

ଉଡି ଉଡି ଗଲା ଡାକି ଡାକି

ହେ ପ୍ରଭୁ ତୁମେ ଚକାଆଖି

ତୁମକୁ କେ ଦେଇପାରେ ଫାଙ୍କି

ପାପ କି ପୁଣ୍ୟ କାହାକୁ ନିରେଖି

ଦେଖ ଚକାଆଖି ହେ କଳାପକ୍ଷୀ

ଯିଏ ଆସିଲେ ଯାଏ ଜୀବ ନିରିମାଖୀ

କାଚକାନ୍ଥର ସେପାଖେ ଜୀବନ ପାଖାପାଖି

ଋତୁ ପଥ ପାଥେୟ ଦୋଛକି

ବାଛିବୁଛି ପରଖି ପରଖି

ନିସ୍ତରିଲି କହେ ବୁଝିବା ଆଗରୁ ଆଖି

ତୁମେ କିବା ନଜାଣିଛ ଦେଖି ଶିଖି 

ଉମ୍ହେଇ ନିଆଁ କେବେ ଜୁଇ ହେବ ବାକି

ଶୋଷ ତ ଅନେକ ଶେଷ ଯା ମାରେ ଆଖି

ଦିବସ ରଜନୀ ପାହେ ପକ୍ଷୀ ଦେଖି

ଅନେକ ଦହନ ପୋଡାପାଉଁଶ ମାଖି

ଚିତ୍ର ଚୈତ୍ର କାଳ ବୈଶାଖି

ଜୀବନ କଳସ ଆଞ୍ଜୁଳେ ଅଶ୍ରୁରେ ଲେଖି

କିଏ ଏଠି କୋଉ ଭାବ ଭକ୍ତି କରେ ଦେଖି

ଜାଣ ତୁମେ ସକାଳେ ସକଳ ଯୋଖି

ତୁ ମୁଁ ସେ ନିମିତ୍ତ ମାତର ସଖି

କେବେ କେଉଁ ଡ଼ାଳ ଜାଣେ ଏକା କଳାପକ୍ଷୀ

ଅବୁଝା ଉଦେଶ୍ୟ କିଏ ଲେଖେ ବହି କାରୁବାକି

ମହାପ୍ରସାଦକୁ ଅମୃତ ରୂପେ ଚାଖି

ଫେରିବାକୁ ଇଛା ସଦିଚ୍ଛା ବାକି ରଖି

କିଏ ନଚାହେଁ ବାଟ ଚାଲିବାକୁ ପାଦ ଚି଼ହ୍ନ ରଖି

ସେ ପାଦ ଚିହ୍ନରେ ସ୍ମୃତି ଫରୁଆ ଯୋଖି

ପାପର ଭାର ପୁଣ୍ୟ ଘଡ଼ାରେ ଲେଖି

ଜୋତିଷ ଜାତକ ଭାଗ୍ୟ ସବୁ ସେଇ ଚକାଆଖି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics