STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଜାନୁଆରି ଛବିଶ

ଜାନୁଆରି ଛବିଶ

1 min
7


ଜାତୀୟ ଦିବସେ ଜାତୀୟ ପତାକା

ଶାନ୍ତି ପ୍ରୀତି ମୈତ୍ରୀ ବାର୍ତ୍ତା ଦେଇ

ପିଙ୍ଗଳ ଭେଙ୍କଟଙ୍କ ପରିକଳ୍ପିତ ଝଣ୍ଡା

ଉଡେ ଫର ଫର ହୋଇ

କାହିଁ ଗଲ ଗାନ୍ଧି ସତ୍ୟ ଅହିଂସା ସାରଥୀ

ରାମ ନାମ ଗାଇ ଗାଇ

ଦେଶର ସ୍ଵରାଜ ସ୍ୱାଧିନତା ପାଇବାକୁ

ସଂଗ୍ରାମ ଥିଲ ଚଳାଇ

ତୁମରି ଆହ୍ୱାନେ କେତେ ଜାତୀୟ ବୀର

ଗଲେ ଶହୀଦ ହୋଇ

ଲାଲ ବାଲ ପାଲ ତାନ୍ତିଆ ତୋପେ

 ଲଷ୍ମୀଣ ନାୟକ ବୀର ସୁରେନ୍ଦ୍ର ସେହି

ଦେଶ ମାତୃକା ରକ୍ଷା କରିବାକୁ ପ୍ରାଣାବଳୀ

ଦେଲେ ଅମର ରହି

ଜନରାଜ୍ୟ ଦିବସେ ମନେପଡେ ତାଙ୍କ

ତ୍ୟାଗ ଆଦର୍ଶ ବଳିଦାନ ଗାଥା କହି

ସ୍ୱତନ୍ତ୍ର ଶାସନ ଖସଡ଼ା ତିଆରି ସ୍ବଦେଶୀ

ଆମରି ଅମର ରହିଲେ ହୋଇ

ସରକାରୀ ନିୟମ ମାନି ଚଳିବାକୁ

ଶାସନ ଖସଡ଼ା ପ୍ରଣୀତ ହୋଇ

ଜଗାଏ ସ୍ବଦେଶ ବହ୍ନି, ଶିଖାଏ ଏକତା

ଗୋଟିଏ ଦେଶର ଭଉଣୀ ଭାଇ

ଏକରେ ଅନେକ, ଅନେକରେ ଏକ ମନ୍ତ୍ର

ଭୁଲିବା ନାହିଁ, ରହିବା ଗୁନ୍ଥି ହୋଇ

ଶାସନ ବିଦ୍ଧି ବିଧାନ ଯାହା ଲିଖିତ ହୋଇ

 ଶପଥ କରିବା ଦେଶ ପାଇଁ ଜୀବନ ଦେବା 

ଜାତୀୟ ପତାକାକୁ ଚାହିଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract