STORYMIRROR

Sunanda Mohanty

Inspirational Thriller Others

4  

Sunanda Mohanty

Inspirational Thriller Others

ସାତସ୍ୱରର ମୂର୍ଚ୍ଛନା

ସାତସ୍ୱରର ମୂର୍ଚ୍ଛନା

1 min
7


ନଈକି ପଚାର କହିବ

ପାହାଡ଼ ଶୁଣିଲେ ନଇଁବ

ପକ୍ଷୀ ଶୁଣିଲେ ଗାଇବ

ମୋ ନାଁ ମୁଁ ପ୍ରକୃତି ମାଆ

ଆକାଶେ ତାରା ଫୁଟିବ

ଚାନ୍ଦ କଣେଇ ଚାହିଁବ

ମେଘ ତା ଲୁହ ପୋଛିବ

ମୁଁ ମାଆ ପ୍ରକୃତି ମୋ ନାଁ

ଚାଷୀ ପୁଅ ହଳ ଯୋଚିବ

ମାଗୁଣି ଶଗଡ଼ ଗଡିବ

ପକ୍ଷୀ ଡେଣା ଝାଡ଼ି ଉଡ଼ିବ

କୋଇଲି କୁହୁ ଫଗୁଣ ବାଆ

ପ୍ରକୃତି ଦେଇଛି ମିଠା ମିଠା ବାଆ 

ସୋରିଷ ଫୁଲର କ୍ଷେତ

ଅଳସୀ ଫୁଲର ମିତ

ମାଣ୍ଡିଆ ଜାଉରେ ହାତ

ମହାପ୍ରସାଦ ଅମୃତ ଯାର ନାଁ

ଦେଖିନାହିଁ କେହି ସ୍ୱର୍ଗ

କୂଳ ଧର୍ମ ରଖି ଯେଉଁ ବର୍ଗ

ନିଷ୍ଠା ଚେଷ୍ଟା ପ୍ରଚେଷ୍ଟା ମଗ୍ନ

ସଫଳତା ହାତେ ସନ୍ତୁଷ୍ଟି ପଣତେ

ଆମ ଦେଶର ଭାଷା ଗୌରବ ଗାଆ

ପ୍ରକୃତି କୋଳେ ମଣିଷ ବାହୁଛି ନାଆ

ମାଟି ମଟାଳରେ ସୁନାଝରା ମୋ ଗାଁ ନାଁ

ଋତୁ ବର୍ଷ ମାସ ଦିନ

କଲେ ଯତନ ମିଳେ ରତନ

ଧନ ଜନ ଅଢେଇ ଦିନ

ଚିହ୍ନିବାକୁ ହେବ ସତ୍ୟ ସନାତନ

ରଖି ଗାଁ ଜନ୍ମଭୂମି ମାତୃଭାଷା ନାଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational