STORYMIRROR

Gobinda Chandra Sethi

Inspirational Thriller

4  

Gobinda Chandra Sethi

Inspirational Thriller

ଯାତ୍ରା

ଯାତ୍ରା

1 min
9

ଶୁଣଲୋ ସଜନୀ କହୁଛି କଥା 

      ଜୀବନ ଯାତ୍ରାଟି ଅନେକ ବ୍ୟଥା।

ଅଙ୍କା ବଙ୍କା ରାସ୍ତା ରହିଛି ପଡି

       ଚାଲୁଥିବା ଆମେ ତାକୁ ସଜାଡି।

ଜୀବନଟା ଆମ ଭାରି ସଂକ୍ଷିପ୍ତ

       ଜଞ୍ଜାଳ ପଡିଛି ହୋଇ ବିକ୍ଷିପ୍ତ।

ଏକାନ୍ତ ପଥିକ ଜୀବନ ପଥେ

    ହଜାରେ ଦାୟିତ୍ୱ ଅଛି ତୋ ହାତେ ।

ଭରିଛି କଣ୍ଟକ ତୋ ଚଲା ବାଟେ

       ଆନନ୍ଦ ଭରିବୁ କଣ୍ଟା ଆଘାତେ।

ଜୀବନ ଯାତ୍ରାଟା ଲାଗିବ ଡର

       ବୁଝି ଯାତ୍ରା କଲେ ଭାରି ସୁନ୍ଦର ।

ଯାତ୍ରା କରୁଥିବୁ ରଖିଣ ଧ୍ୟାନେ

        ହୃଦ ଛୁଉଁ ଥିବ ସଭିଙ୍କ ମନେ।

ଜୀବନ ଯାତ୍ରାଟା ଲକ୍ଷ୍ୟ ବିହୀନ

        ଜନ୍ମଠୁ ମରଣ କରେ ଗମନ ।

ମହାଯାତ୍ରା ପଥେ ଦିନେ ଚାଲିବୁ

       କର୍ମ ଭଲ ଥିଲେ ବୈକୁଣ୍ଠ ଯିବୁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational