STORYMIRROR

Sunanda Mohanty

Thriller Others

4  

Sunanda Mohanty

Thriller Others

ଆଧୁନିକ

ଆଧୁନିକ

1 min
12


ଆଧୁନିକତାର ଅର୍ଥ ନୁହେଁ କଦର୍ଥ

ପୋଷାକ ଭାଷା ସଂସ୍କୃତି ବିଅର୍ଥ

ଆମ ଭାଷା ଓଡ଼ିଆ ଭାରି ବଢିଆ

ବୁଝିବାକୁ ହେବ ସକଳ ସତୀର୍ଥ

କବିତା ଭାଷାର ଏକ ଅଙ୍ଗ ଓ ଦିଗ

ଅବୁଝା ଅର୍ଥ ନୁହେଁ ଭାଷା ସଦୁପଯୋଗ

ଅନ୍ୟ ଭାଷାକୁ ସମ୍ମାନ ଦେବା ଅର୍ଥ

ସେସବୁକୁ ଓଡ଼ିଆରେ ଲଗାଇ କଦର୍ଥ

କବିତା ଆଧୁନିକତା ନୁହେଁ ଭାବାର୍ଥ

ଧ୍ୱନି ସମୂହ ସୁସଜ୍ଜିତ ହୋଇ ପୂର୍ଣ୍ଣ ଅର୍ଥ

ଭାବର ପରିପ୍ରକାଶ ଭାଷା ସାହିତ୍ୟ

ମନେ ପଡନ୍ତି ଯଦୁମଣି ଫକୀର ମୋହନ

ଗଜପତି କୃଷ୍ଣଚନ୍ଦ୍ରଦେବ ମଧୁସୂଦନ

ଆଦିକବି ସାରଳାଦାସ ଅତିବଡ଼ି ଜଗନ୍ନାଥଦାସ

ଜୟଦେବ ଭୀମଭୋଇଙ୍କଠୁ ସଚ୍ଚି ରାଉତରାଏ ପର୍ଯ୍ୟନ୍ତ

କାଳଜୟୀ ଲେଖନୀ ଦେଇ ନବଦିଗନ୍ତ

ପରିପୃଷ୍ଟ କରି ଉତ୍କଳ ଭାଷା ସାହିତ୍ୟ

ଐତିହାସିକ ଦିନ ଫେବୃଆରୀ ଏ ସନ

ତିନିରୁ ଆଠ ତାରିଖ ଆଣି ସଜ୍ଜନ

ପ୍ରଶାରିତ କରିବାକୁ ସଂସ୍କୃତି ପରମ୍ପରା ମଥାନ

ଉଚ୍ଚ ହେବା ପାଇଁ କର ଯେବେ ଆଶା

ଉଚ୍ଚ କର ଆଗେ ନିଜ ମାତୃଭାଷା

ପିଇଦେଇ ଐଶ୍ବର୍ଗୀକ ବିଭୁ କୃପା ଦାନ

ତମାମ ଏ ଦିନ ସବୁ ହେଲା ଇତିହାସ

ବରଦାନ ପୃଷ୍ଠା ମଣ୍ଡନ

ଲେଖିବାକୁ ଗାଇବାକୁ ମୋ ଦେଶ ମହାନ

ବନ୍ଦେ ଉତ୍କଳ ଜନନୀ ଜୟ ଜଗନ୍ନାଥ କଳାଧନ ।।


Rate this content
Log in

Similar oriya poem from Thriller