STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ବରଗଛ

ବରଗଛ

1 min
131


ପହିଲି ପହିଲି ନହୁଲିହୋଇ ମହୁଲିପିଇ

ରୁଣୁ ଝୁଣୁ ପାଦେ ଚାଲି ପକାଇ ଜୁଡ଼ା ସଜେଇ

ଆସିଥିଲି ଯେବେଠାରୁ ବଧୂ ମୁଁ ହୋଇ

ଚିହ୍ନା ଅଚିହ୍ନା ଭିତରେ ତୁ ନିଜର ହୋଇ

ତତେ ଦେଖେ ନିରିଖେଇ ପାଖରେ ପାଇ

ତୋ ଭିତର ସ୍ନେହ ପ୍ରେମ ଭକ୍ତିରେ ନେସି ହେଇ

ସଂସାର ଶଗଡିରେ ଯେବେ ହାଲିଆହୋଇ

ଶକ୍ତି ପାଏ ତତେ ମୁଁ ଦେଖିନେଇ

ମାଆ ଟିଏ ହୋଇ ନିର୍ଭୀକ ହୋଇ

ପତ୍ନୀ ଟିଏ ହୋଇ ଗଣ୍ଠି ମଜଭୁତ କରାଇ

ସାହାସ ସାମର୍ଥ୍ୟ ଶକ୍ତି ପାଏ ଦେଖିନେଇ

ବଳ କଳ କୌଶଳ ଦେଉ ଏଯାଏ ଭାଇଟେ ହୋଇ

ମୁଁ କେତେ ଜିଣିଲି ହାରିଲି ହିସାବ ନାହିଁ

କର୍ତ୍ତବ୍ୟ କର୍ମ କରୁ କରୁ ଗଲି ବାର୍ଦ୍ଧକ୍ୟ ପାଇ

ତୁ ଯେମିତି ଥିଲୁ ସେମିତି ଅଛୁ ମୁଁ ଆଉ ନାହିଁ

ପରୋପକାର କରିବା ଧର୍ମ ରଖି ବଜାଇ

ଚାରିପଟେ ତୋ ପିଲାଛୁଆଙ୍କୁ ରଖି ଭୁଜ ମେଲାଇ

ଅନେକ ପଶୁ ପକ୍ଷୀ କୀଟଙ୍କ ନୀଡ଼ ତୁ ହୋଇ

ଅମ୍ଳଜାନ ବାଣ୍ଟି ମଣିଷ ଓ ସଜୀବ ପାଇଁ

ଦାନର ମହତ୍ତ୍ଵ ରଖି ଅଛୁ ଯେଣୁ

ବୟସ କୁ ଜିତି ଯାଇଛୁ ଛାଇ ତୁ ଦେଇ

ବୁଢ଼ା ବରଗଛ କହିଦେଲେ କେହି ମୋ

ଦେହରେ ନିଆଁ ଲାଗଇ କାହିଁ ଜାଣେନା ମୁହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract