ବରଗଛ
ବରଗଛ
ପହିଲି ପହିଲି ନହୁଲିହୋଇ ମହୁଲିପିଇ
ରୁଣୁ ଝୁଣୁ ପାଦେ ଚାଲି ପକାଇ ଜୁଡ଼ା ସଜେଇ
ଆସିଥିଲି ଯେବେଠାରୁ ବଧୂ ମୁଁ ହୋଇ
ଚିହ୍ନା ଅଚିହ୍ନା ଭିତରେ ତୁ ନିଜର ହୋଇ
ତତେ ଦେଖେ ନିରିଖେଇ ପାଖରେ ପାଇ
ତୋ ଭିତର ସ୍ନେହ ପ୍ରେମ ଭକ୍ତିରେ ନେସି ହେଇ
ସଂସାର ଶଗଡିରେ ଯେବେ ହାଲିଆହୋଇ
ଶକ୍ତି ପାଏ ତତେ ମୁଁ ଦେଖିନେଇ
ମାଆ ଟିଏ ହୋଇ ନିର୍ଭୀକ ହୋଇ
ପତ୍ନୀ ଟିଏ ହୋଇ ଗଣ୍ଠି ମଜଭୁତ କରାଇ
ସାହାସ ସାମର୍ଥ୍ୟ ଶକ୍ତି ପାଏ ଦେଖିନେଇ
ବଳ କଳ କୌଶଳ ଦେଉ ଏଯାଏ ଭାଇଟେ ହୋଇ
ମୁଁ କେତେ ଜିଣିଲି ହାରିଲି ହିସାବ ନାହିଁ
କର୍ତ୍ତବ୍ୟ କର୍ମ କରୁ କରୁ ଗଲି ବାର୍ଦ୍ଧକ୍ୟ ପାଇ
ତୁ ଯେମିତି ଥିଲୁ ସେମିତି ଅଛୁ ମୁଁ ଆଉ ନାହିଁ
ପରୋପକାର କରିବା ଧର୍ମ ରଖି ବଜାଇ
ଚାରିପଟେ ତୋ ପିଲାଛୁଆଙ୍କୁ ରଖି ଭୁଜ ମେଲାଇ
ଅନେକ ପଶୁ ପକ୍ଷୀ କୀଟଙ୍କ ନୀଡ଼ ତୁ ହୋଇ
ଅମ୍ଳଜାନ ବାଣ୍ଟି ମଣିଷ ଓ ସଜୀବ ପାଇଁ
ଦାନର ମହତ୍ତ୍ଵ ରଖି ଅଛୁ ଯେଣୁ
ବୟସ କୁ ଜିତି ଯାଇଛୁ ଛାଇ ତୁ ଦେଇ
ବୁଢ଼ା ବରଗଛ କହିଦେଲେ କେହି ମୋ
ଦେହରେ ନିଆଁ ଲାଗଇ କାହିଁ ଜାଣେନା ମୁହିଁ ।