STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଆଖି ବୁଝିଲେ ମନ ବୁଝେନା

ଆଖି ବୁଝିଲେ ମନ ବୁଝେନା

1 min
376


ଡ଼ିସେମ୍ବର ମାସରେ ଏ ବର୍ଷା 

କେଵେ କେହି ଦେଖିନଥିବେ 

ଭଲ ଶୀତ ହେବ ରୋଗ କମିବ 

ହେଲେ କାଇଁ ଶୀତ 

ଫେରାର ହୋଇଛି ଅବା ଲୁଚକାଳି 

ଖେଳୁଛି ପର୍ଯ୍ୟାପ୍ତ 

ଠିକ ଏଇ ବର୍ଷା ପରି 

ବାରି ବାରି ପଡେ ଯେବେ ଝରି 

ମନମାନୀ କରନ୍ତି ଭାରି 

ନିଜେ ହୁଅନ୍ତି ଯେମିତି ସରି 

ଅନ୍ୟକୁ ବି କରନ୍ତି ସେମିତି ଯେମିତି 

ଶୀତରେ ଥରି ଥରି 

ଉଷୁମ ମାରୁଥାନ୍ତି ପିନ୍ଧି ସାଣ୍ଟାକ୍ଲଜ ଟୋପି 

ଡ଼ିସେମ୍ବର ଶେଷ ସ୍ପର୍ଶ ହେନ୍ତାଳ ବଣ ପରି 

ଉଷୁମ ଶେଜରେ ଲାଗେ ବରଷା ବାରି 

ଏମିତି ସବୁଦିନେ ଦିଅନ୍ତାକି ଓଦା କରି

ବେପଥୁ ଜଗାଇ ଋତୁ ସବୁ ହସୁଥାନ୍ତେ କିରିକିରି 

ପ୍ରକୃତିରେ ଫୁଲ ଫଳ ନଈ ନାଳ ବିଲ ବଣ 

ଯେତେ ସବୁ କୁହୁକ ମହକ 

ଜଗାଇ ପ୍ରାଣରେ ଆଶାବରୀ 

ନୂଆବର୍ଷରେ ସବୁ ନୂଆ ହେବ ଶିରୀ 

ଶିରୀକପଡା ପିନ୍ଧି ବେଙ୍ଗ ପରି 

ଫୁକୁରୁ ଫୁକୁରୁ ହେବେ ମାଛ ନଈରେ ପଂହଁରି 

ଆକାଶର ତାରାମାନେ ଆଖିମିଟିକା ମାରି 

କହିବେ ସାତସିନ୍ଧୁ ତେର ନଈ ପାରି 

ବରଷା ସୁନ୍ଦରୀ କେହି ଲାଜ କରି 

ଡାକୁଥିବ ଶିଶିରକୁ ହାତଠାରି 

ଶୀତ ସଙ୍ଗେ ବର୍ଷାର ଏତେ ଭାବ ପୀରତି 

ନୂଆବର୍ଷ ଆସିବା ପୂର୍ବରୁ ଲାଗେ ଆଶ୍ଚର୍ଯ୍ୟ ଭାରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract