STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

କୁହୁଡ଼ିର ଆୟୁଷ ଭଳି

କୁହୁଡ଼ିର ଆୟୁଷ ଭଳି

1 min
282

ହୃଦୟଟାକୁ ଆନ୍ଦୋଳିତ କରି

କେବେ କେବେ ଓଲଟିଗଲେ

ଅତୀତର ପୃଷ୍ଠା ପରେ ପୃଷ୍ଠା

ଯେତେ ସବୁ କ୍ଷତ ଚିହ୍ନ ଶିହରି ଉଠନ୍ତି

ସମୟର ସେଦିନର ସ୍ବେଚ୍ଛାଚାରିତାରେ। 


ଅନେକ ଥର ମୁଁ ଛିଡ଼ା ହୋଇଛି

ଭୁଲ ଠିକର କାଠଗଡ଼ାରେ

ନତମସ୍ତକ ହୋଇ ନିରବେ ନିଷ୍ପନ୍ଦେ

ଯଦିଓ ସେଦିନ କଣ

ଆଜି ବି ମୁଁ ପହଞ୍ଚି ପାରିନି

କାରଣର ଉପସଂହାରରେ। 


ସେଦିନ ମୁଁ, ମୁଁ ହିଁ ଥିଲି

ଆଜି ବି ମୁଁ ସେଇ ମୁଁ ହିଁ ଅଛି

କିନ୍ତୁ ଆଜି ଯେମିତି ସବୁକିଛି

କିଛିମାତ୍ରାରେ ସ୍ଥିର ଓ ବ୍ୟବସ୍ଥିତ

ଏ ପରିବର୍ତ୍ତନ ପାଇଁ

ବେଳେ ବେଳେ ଦାୟୀ କରେ

ସମୟର କାଉଁରୀ କାଠିକୁ

ପୁଣି କେବେ ଅତୀତର ଦଂଶନରୁ

ମୋ ଭିତରେ ସୃଷ୍ଟି ହୋଇଥିବା

କିଛି ସ୍ୱତଃ ପ୍ରତିରୋଧକ ଶକ୍ତିକୁ।


ଆଜି ଲାଗେ ସ୍ବପ୍ନ ପରି

ସେଦିନର ଚାଳଉଡା ଦୃଶ୍ୟ

ଅତୀତର ସେ କାଳବୈଶାଖୀ ଆସି

କିଛି ଡାଳ ପତ୍ର ଭାଙ୍ଗିଦେଇ ଗଲା

ଓ କୁହୁଡ଼ିର କ୍ଷଣିକ ଆୟୁଷ ପରି

ସମୟ ବଦଳେଇ ଚାଲିଲା ଅଙ୍କ ପରେ ଅଙ୍କ,

କେଜାଣି କାଲି ପୁଣି କି ସମ୍ବାଦ

ରଖିଛି ଲୁଚାଇ ସମୟ ତା ଗଣ୍ଠିଲିରେ

ଆଜି ବି ସେଇ କୁହୁଡ଼ି ପରି ମିଳେଇଯିବ

ଶୁନ୍ୟତାର ଶୁନ୍ୟ ବ୍ୟୋମ ଗର୍ଭେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract