Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Abstract

4.5  

Madhusmita Prusty

Abstract

ଅନୁଭୂତିରେ ଜଗନ୍ନାଥ

ଅନୁଭୂତିରେ ଜଗନ୍ନାଥ

1 min
240



କରୋନା ପୂର୍ବରୁ ଅସୁସ୍ଥ ମୁଁ ଥିଲି

ହୋଇଥିଲା ଥଣ୍ଡା,କାଶ,

ଔଷଧ ଖାଇଲି ଭଲ ହେଲାନାହିଁ

ହରାଉଥିଲି ସାହସ |


ଦୀର୍ଘ ଦୁଇମାସ କଷ୍ଟ ମୁଁ ପାଇଲି

ଯନ୍ତ୍ରଣାରେ ଛଟପଟ,

ଗଳା ସଂକ୍ରମଣ ହୋଇଥିଲା ବୋଲି

ଗ୍ରାସିଥିଲା ଯେ ସଙ୍କଟ |


ଏହାରି ଭିତରେ ସ୍ୱାମୀଙ୍କର ବନ୍ଧୁ

ଯାଇଥିଲେ ବୁଲି ପୁରୀ,

ତୁଳସୀ ପ୍ରସାଦ ମୋ ଘର ପାଇଁକି

ଆସିଥିଲେ ସଂଗେଧରି |


ମୋ କଷ୍ଟକୁ ଅବା କାଳିଆ ସାଆନ୍ତ

ସହି ନପାରିଲେ ଆଉ,

ମହାମାରୀ କୋପ ଆସିବା ଆଗରୁ

ଦୂରେଇଲେ ମହାବାହୁ |


ତୁଳସୀ ପ୍ରସାଦ ଖାଇଲି ମୁଁ ଯେବେ

ଭଲହେଲା ରୋଗ ମୋର,

ଭାବର ଠାକୁର ଗୁହାରି ଶୁଣିଲେ

ସଂକ୍ରମଣ ହେଲା ଦୂର |


ଯୁଗେଜୁଗେ ପ୍ରଭୁ ଭକତ ମନକୁ

ତୁମେତ ପରଖୁ ଥାଅ,

ଯାଭାବ ଯେପରି ଆଶିଷ ସେପରି

ସ୍ୱହସ୍ତରେ ଯାଚିଦିଅ |



Rate this content
Log in

Similar oriya poem from Abstract