Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ଶ୍ରେଷ୍ଠ ଦାନ

ଶ୍ରେଷ୍ଠ ଦାନ

1 min
389


  

ଚିନ୍ତା ଚେତନାରେ ଆଣିବା ପରିବର୍ତ୍ତନ       

ମାନବିକତାର ମାପଦଣ୍ଡେ

ଗଢିବା ଆସ ମାନବ ସମାଜ

ତାକୁ ଆଶ୍ରା କରି ଜିଇଁବା ଆମ ଜୀବନ ।


 ମନ ମୁନ କରି ଏକାକାର

 ପରିବର୍ତ୍ତିତ କରିବା ଆମ ବେଭାର

ସମାଜେ ଆଣିବା ଶାନ୍ତି

 ହଟାଇବା ବିଶ୍ଵୁ ବାତାବରଣ ଅବିଶ୍ଵାସର ।


ଦୟା କ୍ଷମା ଭଲପାଇବା ହେଉ

 ଆମ ଅସ୍ତ୍ର ଦୈନଦିନ ଜୀବନର

 ବିଶ୍ଵେ ନ ରଚିବାକୁ ଦେବା ହାହାକାର

 ସମଭାବାପନ୍ନ ଭାବ ହେଉ 

 ଆମରି ଆଚାର ।


  ଯୁଦ୍ଧ ଓ କ୍ଷୁଧାର ବିଭୀଷିକା ରୁ

  ବିଶ୍ଵକୁ କରିବା ମୁକ୍ତି

  ଶିକ୍ଷା ସଭ୍ୟତାର ପରିଚୟ ଦେଇ

  ବିଶ୍ଵେ ଆଣିବା ମୈତ୍ରୀ ଓ ଶାନ୍ତି ।

   

  ହୀନମନ୍ୟତା କୁ ମନୁ ହୃଦୁ କରି ଦୂର

  ସକଳ ଜନଙ୍କୁ ଚିନ୍ତିବା ନିଜର

  ଭେଦଭାବ ତୁଟାଇ ମନୁ ପର ଆପଣାର

  କରିବା ଆସ ଆମ 

  ଦେଶକୁ ବିଶ୍ଵକୁ ସରସ ସୁନ୍ଦର ।


  ଧର୍ମ ନାଁରେ ଜାତି ନାଁରେ

  କେହି ଆମେ ଭାଇ ଲଢିବାନି

  ଅନ୍ଧ ଭାବେ ଅନ୍ଧବିଶ୍ୱାସ କୁ

  ଅନ୍ଧ ଭକ୍ତ ସାଜି ପଢିବାନି ।


   କରିବା ଆମ ଜ୍ଞାନକୁ ସଶକ୍ତ

   ନ ସାଜିବା କେଉଁ 

   ନୀତି ଆଦର୍ଶର ଅନ୍ଧ ଭକ୍ତ

   ନିଜ ଅଧିକାର ଓ ସ୍ଵାଧୀନତା ପାଇଁ

   ହସି ହସି ଆମ ଜୀବନ ଦେଇ

   ମାତୃଭୂମି ପାଇଁ ଆମେ ଦେବା ରକ୍ତ ।

   

   ଖୋଜିବା ଆସ ଶାନ୍ତି ମୁକ୍ତିର ପଥ

   ଗାଇଯିବା ଖାଲି ମୈତ୍ରୀ ଏକତା ର ଗୀତ

   ସଭିଏଁ ସଭିଙ୍କୁ ସମ୍ମାନ ଦେଇ ଭାବିବା ମିତ

   ଆମ ମାନସିକତା ରେ ଆଣି ପରିବର୍ତ୍ତନ

   ଧରିତ୍ରୀ ମାତାକୁ ଚିର ସବୁଜ କରି

   ମାତୃଭୂମି ଓ ବିଶ୍ଵ ମାତୃକାର ରଖିବା ମାନ 

   ଏହା ହିଁ ଆଜିକା ଦୁନିଆଁରେ ହେବ

   ମଣିଷ ସମାଜ ପାଇଁ ମଣିଷର ଶ୍ରେଷ୍ଠ ଦାନ ।      


Rate this content
Log in

Similar oriya poem from Abstract