STORYMIRROR

Satyanarayan Sahoo

Romance Action Classics

4  

Satyanarayan Sahoo

Romance Action Classics

ଶରତ ଆସୁଛି ବୋଲି

ଶରତ ଆସୁଛି ବୋଲି

1 min
342

ଶରତ ଆସୁଛି ବୋଲି ହସୁଛି ଧରା

କାଶତାଣ୍ଡି ନଦୀ ତୀରେ ନାଚୁଚି ପରା ।


ରୁଚିର ଶରଦ କାଳ ଆସୁଛି ଏବେ

ରୁଚିରସମୟ ଶୋଭା ବିଭା ବିଭବେ ।


ରୁଚିର ବର୍ଣ୍ଣିଳ ଚେଳ ଅବନୀ ଅଙ୍ଗେ

ମଞ୍ଜୁଳ ମାଧୁରୀ ରାଜି ରାଜଇ ରଙ୍ଗେ ।


ଯାଇଛି ନିଦାଘ ତାପ ବର୍ଷା ପ୍ରକୋପ

ଧବଳ ନିର୍ମଳ ବେଶ କି ଅପରୂପ ।


ସୌନ୍ଦର୍ଯ୍ୟ ମଣ୍ଡିତ ଦେଖ ଅବନୀ ରାଣୀ

ପାର୍ବଣ ଉତ୍ସବ ଆସେ ଧୀରେ ଏ କ୍ଷଣି ।


ଲlଲିତ୍ୟ ଆଣି କି ଉଭା ଶୋଭା ଶରତ

ଚାରୁ ଶୁଭ୍ର କାନ୍ତି ବିଭା ଭାରେ ମରତ ।


ମଣ୍ଡିତ ହୁଅଇ ଏବେ ଦିନ କୁ ଦିନ

ଆକାଶ ଧରିତ୍ରୀ ଧରେ ଧବଳ ବର୍ଣ୍ଣ ।


ଖଣ୍ଡ ଖଣ୍ଡ ଧଳା ମେଘ ଭାସେ ଆକାଶେ

ନଦୀ ପଠା କୋଳେ କାଶତଣ୍ଡି ସେ ହସେ ।


ଧବଳ ମଞ୍ଜରୀ ଧରି ଅଗସ୍ତି ଦୃମ

ବାଳ ଇନ୍ଦୁ ପରି ଦିଶେ କି ମନୋରମ ।


ଧବଳ ଚନ୍ଦ୍ରିକା ଧୌତ ଶାରଦ ରାତ୍ରୀ

କୋଳେ କି ସୁନ୍ଦର ଶୋଭା ଧଳା ଶେଫାଳି ।


ଉଜ୍ଜ୍ବଳ ନକ୍ଷତ୍ର ମାଳା ଶୁଭ୍ର ମୟୂଖେ

ଦଶ ଦିଗ ଶୁଭ୍ର କାନ୍ତି ଦିପ୍ତ ଆଲୋକେ ।


କୁମୁଦ କମଳ ରାଜି ପଲ୍ୱଳ କୋଳେ

ଚନ୍ଦ୍ର ସୂର୍ଯ୍ୟ ସଙ୍ଗେ ରତ ପ୍ରୀତି ବିହ୍ୱଳେ ।


ମହକିତ ନାନା ଜାତି କୁସୁମ ଫଳେ

କ୍ଷେତ ଓ କେଦାର ମାଳ ଶସ୍ୟ ଗହଳେ ।


ଶରତ ଆସିଛି ବୋଲି ହସୁଛି ଧରା

କାଶ ତଣ୍ଡି ନଦୀ ତୀରେ ନlଚୁଛି ପରା ।


ମନ୍ଦ ମନ୍ଦ ଗନ୍ଧ ବହ ଆଘାତ ଲଭି

ଶୁଭ୍ର କାଶ ଫୁଲ ହାସ ଲାଳିତ୍ୟ କବି ।


ଚିତ୍ତେ ତୋଳେ କେତେ ନବ ରସ ମୂର୍ଚ୍ଛନା

ବିଳାସ ବିଲୋଳ ବେଶ କରେ ଉନ୍ମନା ।



Rate this content
Log in

Similar oriya poem from Romance