STORYMIRROR

Bijoy Jena

Action Classics

4  

Bijoy Jena

Action Classics

ଧର୍ମ କ୍ଷେତ୍ରେ

ଧର୍ମ କ୍ଷେତ୍ରେ

1 min
304


 

ରାଜା ଧୃତରାଷ୍ଟ୍ର ପ୍ରୁଛା କରୁଛନ୍ତି

      ଖୋଲି କୁହ ହେ ସଞ୍ଜୟ 

କୁରୁକ୍ଷେତ୍ର ଠାରେ ଏକତ୍ରିତ ହୋଇ

     ମୋର ପୁତ୍ରେ ରଖ ଲୟ।

 ପାଣ୍ଡୁ ପୁତ୍ର ଗଣ ମୋହ ପୁତ୍ର ସାଥେ

      ଯୁଦ୍ଧ କି ଆରମ୍ଭ କଲେ

ସଞ୍ଜୟ କୁହନ୍ତି ଶୁଣ ହେ ରାଜନ 

      ପାଣ୍ତବେ ବୁହ୍ୟ ରଚିଲେ।

ଏହି ବୁହ୍ୟ ଦେଖି ପୁତ୍ର ଦୁର୍ଯୋଧନ

      ଦ୍ରୋଣାଚାର୍ଯ୍ୟ ପାଶେ ଗଲେ

ଧୀର ସ୍ୱରେ କହେ ଦେଖ ହେ ଆଚାର୍ଯ୍ୟ 

      ଧୃଷ୍ଟଦୃମ ବୁଦ୍ଧି ଭଲେ।

ପାଣ୍ଡବ ସେନାରେ ମହା ଧନୁର୍ଧାରି

      ଅବା ଭୀମ ଅରଜୁନ 

କେତେ ଶୁରବୀର ସାତ୍ୟକି ବିରାଟ

      ଧୃଷ୍ଟକେତୁ ଚେକିତାନ।

ବଳବାନ କାଶୀ ରାଜାଙ୍କ ସହିତ

       ପୁରୁଜିତ୍ କୁନ୍ତିଭୋଜ

ସୁଭଦ୍ରାଙ୍କ ପୁତ୍ର ବୀର ଅଭିମନ୍ୟୁ

       ପରାକ୍ରମୀ ଉତ୍ତମୌଜ।

ଦ୍ରୌପଦୀଙ୍କ ପାଞ୍ଚ ପୁତ୍ର ଯେ ଅଛନ୍ତି

       ସମସ୍ତେ ତ ମହାରଥୀ

କୌରବ ଙ୍କ ପକ୍ଷେ ଅନେକ ସେନାନୀ

       ରଥ ରଥୀ ଯେ ସାରଥୀ।

ବ୍ରହ୍ମାଣ୍ଡ ଦେଖିବ ଏହି ଯୁଦ୍ଧ ଆଜ୍ଞା

       ମହାଭାରତ ନାମରେ

ଅନ୍ୟାୟ ବିରୁଦ୍ଧେ ଚାଲିବ ଏ ଯୁଦ୍ଧ

      ନ୍ୟାୟ ନାହିଁ ବହୁ ଦୁରେ।

ଆଗାମୀ ଦିନରେ ଶୁଣିବ ବୃତ୍ତାନ୍ତ

      ଧାରା ବିବରଣୀ ଯାହା

ଜଗନ୍ନାଥ ସ୍ଵାମୀ କୃଷ୍ଣ ଅବତାରେ 

      ଲୀଳା ସଂରଚିଲେ ଆହା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action