STORYMIRROR

Kabiratna Nutan Kumar Behera

Romance Action Classics

4  

Kabiratna Nutan Kumar Behera

Romance Action Classics

ଆଖି ଆଇନାରେ ମୋ ମନ ମଇନା

ଆଖି ଆଇନାରେ ମୋ ମନ ମଇନା

1 min
386

ଆଖି ଆଇନାରେ ମୋ ମନ ମଇନା

ନାଚେ ତାର ସୁନ୍ଦର ରୂପ ଲାବଣ୍ୟର ଛବି 

ହୋଇ ଏକ ପ୍ରତିବିମ୍ବ କଲେ କଳ୍ପନା

ସପନରେ ମଜିଯାଏ ପାଲଟି ଯାଏ ମୁଁ ମୂରତି

ଭବ ସାଗରର ଉର୍ମିମାଳା ଅସୁମାରୀ

ଆସେ ମନର ଭାବ ଭାବନାରେ 

ଏକ ଲୟେ ଧ୍ୟାନସ୍ଥ ହୁଏ ମୋ ଚେତନା

ଆଶାର ସୌଧ ଗଢ଼େ ହୃଦୟର ବେଳାଭୂମିରେ

ସ୍ବାଗତେ ତାର ଜଣାଏଁ ପ୍ରେମର ଅଭ୍ୟର୍ଥନା

ଭଲ କିଛି ଲାଗେନା ତା ବିନା

ନିଜକୁ ବୁଝାଇ ସ୍ଥିର ହୋଇ ରହି ପାରେନା 

ଆଖି ଆଇନାରେ ମୋ ମନ ମଇନା

ଆସେ ସେ ଛପି ଛପି କଥା କହେ ଚୁପି ଚୁପି 

ଆକର୍ଷି ନିଏ ମୋତେ ଦିଏ ପ୍ରେରଣା

ପ୍ରାଣରୁ ପ୍ରବାହିତ ହୋଇ ଝରେ ପ୍ରୀତିର ଝରଣା

ତନୁଲତାରେ ତାର ଝଲସୁଥାଏ 

ଆନନ୍ଦ ଉଲ୍ଲାସର ବହୁ ମୂଲ୍ୟ ସୁନ୍ଦର ଗହଣା

ରୂପ ଅବା ଗୁଣ କିଛିରେ ତ ନଥାଏ ଊଣା

ହଜିଯାଏ ମୋ ଲକ୍ଷ୍ୟର ନିର୍ଦ୍ଧାରିତ ଠିକଣା

ଭାବେ ବିହ୍ଵଳ ହୋଇ ଦେଖେ ସବୁଜ ସମ୍ଭାବନା

ପୁନେଇଁ ରାତିରର ରୂପେଲି ଜହ୍ନ ହୋଇ 

ଢ଼ାଳିଦିଏ ସେ ପ୍ରଣୟର ମଧୁବୋଳା ଜୋଛନା

ଖୁସିର ଫୁଲରେ ଭରିଯାଏ ମୋ ଘର ଅଗଣା

ଆଖି ଆଇନାରେ ମୋ ମନ ମଇନା

ସପନ ବିଳାସୀ ପ୍ରଜାପତି ହୋଇ ଯାଏଁ ମୁଁ ଉଡ଼ି

ପ୍ରେମର ମଧୁ ମହକେ ଜାଗେ ଉନ୍ମାଦନା

ଅଙ୍ଗେ ଖେଳିଯାଏ ବିଜୁଳିର ତରଙ୍ଗ

ଦେହ ଦହେ ବିରହରେ ବିଚ୍ଛେଦର କାମନା

କୂଳ ଉଛୁଳି ବହେ ଜୀବନ ଯମୁନା

ପ୍ରେମର ମନ୍ଦିରରେ କରେ ମୁଁ ଆରାଧନା

ଭଲପାଇ ମନ ମଇନାକୁ ଜଣାଏଁ ମନ ବେଦନା

ମୋ ଜୀବନ ସାଥୀ ରୂପରେ ପାଇଲେ ତାକୁ 

ପୂର୍ଣ୍ଣହେବ ଯେତେ ଇପ୍ସିତ ମନସ୍କାମନା 

କରିଛ ମୁଁ ସଂକଳ୍ପ ଦେବାକୁ ପ୍ରେମର ପାଉଣା

ଆଖି ଆଇନାରେ ମୋ ମନ ମଇନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance