ତ୍ରିରଙ୍ଗାର ବାର୍ତ୍ତା
ତ୍ରିରଙ୍ଗାର ବାର୍ତ୍ତା
ତିନି ରଙ୍ଗ ପାଇଁ ମୋ ନାମ ତ୍ରିରଙ୍ଗା
ମୋତେ ଦେଶବାସୀ ପୂଜ
ଉପର ନାରଙ୍ଗୀ ମଝି ଭାଗ ଧଳା
ତଳଟି ଅଟେ ସବୁଜ ।
ନାରଙ୍ଗୀ ରଙ୍ଗଟି ସମସ୍ତଙ୍କୁ ଦିଏ
ବୀରତ୍ଵ, ତ୍ୟାଗର ବାର୍ତ୍ତା
ଧଳା ରଙ୍ଗ ବାର୍ତ୍ତା ଅଟଇ ପିଲାଏ
ସତ୍ୟ, ଶାନ୍ତି ,ପବିତ୍ରତା ।
ଗାଢ଼ ନୀଳ ରଙ୍ଗ ଅଶୋକ ଚକ୍ରଟି
ଧଳା ରଙ୍ଗ ମଧ୍ୟେ ରହି
ନ୍ୟାୟ,ଧର୍ମ ତଥା ପ୍ରଗତି ସୂଚାଏ
ଶୋଭାକୁ ବଢ଼ାଏ ସେହି ।
ଚବିଶି ଅରଟି ଚବିଶି ଧର୍ମକୁ
ଦିଅଇ ସମ ସୀକୃତି
ସବୁଜ ରଙ୍ଗର ବାର୍ତ୍ତା ଅଟେ ପରା
ବିଶ୍ୱାସ, ଶ୍ରମ ,ସମୃଦ୍ଧି ।
ଦୈର୍ଘ୍ୟଟି ପ୍ରସ୍ଥର ଦେଢ଼ ଗୁଣ ମୋର
ଅଟେ ମୁଁ ଆୟତାକାର
ଜାତୀୟ ଦିବସେ ଉଡୁଛି ଆଗକୁ
ଉଡୁଥିବି ଫର୍ ଫର୍ ।
