STORYMIRROR

Kabiratna Nutan Kumar Behera

Abstract Action Classics

4  

Kabiratna Nutan Kumar Behera

Abstract Action Classics

ଚଳନ୍ତି ପ୍ରତିମା

ଚଳନ୍ତି ପ୍ରତିମା

1 min
212


ପିତାମାତା ଅଟନ୍ତି 

     ଦେବାଦେବୀ ଚଳନ୍ତି ପ୍ରତିମା, 

ତୁଳନୀୟ ନୁହେଁ ତ

    କାହା ସାଥେ ତାଙ୍କର ମହିମା। 

ସେନେହ ମମତାର 

     ଅମିୟ ଦିଅନ୍ତି ମୁଣ୍ଡେ ଢାଳି,

ଅଭୟ ଆଶ୍ରୟର 

   କୋଳେ ତାଙ୍କର ନିଅନ୍ତି ତୋଳି।

ଆମର ହସଖୁସି  

      ପାଇଁ ସଦା କରନ୍ତି ପ୍ରାର୍ଥନା,

ଆଖି କୋଣେ ତାଙ୍କର 

     ଲୁଚିଥାଏ କେତେ ସମ୍ଭାବନା। 

ଦୁନିଆଁଟା ଅନ୍ଧାର 

     ଲାଗେ ଆମକୁ ତାଙ୍କର ବିନା,

ତାଙ୍କରି ଲାଗି ଆମ 

      ପ୍ରତିଭା ବିକାଶ ହୁଏ ସିନା।

ବିପଦ ଆପଦରେ 

      ହୁଅନ୍ତି ଆମ ସହା ଭରସା, 

ନ ଥାଏ କିଛି ସେଠି 

      କପଟତା କି ଛଳନା ମିଶା। 

ପିତା ସ୍ଵର୍ଗଠୁ ବଡ 

      ମାଆ ସର୍ବଂସହା ଏ ଧରିତ୍ରୀ,

ସେବାରେ ଯେ ତାଙ୍କର  

     ଥିବା ଏ ଜୀବନ ଯାକ ବ୍ରତୀ। 

କଲେ ତାଙ୍କୁ ଉପେକ୍ଷା 

      ଆମ ପାଇଁ ହୁଏ ମହାପାପ, 

ଅଦୃଷ୍ଟରେ ଆମର 

     ପାଲଟି ଯାଏ ସେ ଅଭିଶାପ। 

ତାଙ୍କ ଆଶିଷ ବିନା 

      ନାହିଁ କାହିଁ ଆମ ଗତି ମୁକ୍ତି,

ତାଙ୍କ ଶୁଭକାମନା 

     ଶରୀରେ ଦିଏ ଅମାପ ଶକ୍ତି। 

ସନ୍ତୁଷ୍ଟ କଲେ ତାଙ୍କୁ 

     ସନ୍ତୁଷ୍ଟ ହୁଅନ୍ତି ଦେବାଦେବୀ, 

ଦିଅନ୍ତି ଆଶୀର୍ବାଦ 

   ଯା' ଲାଗି ଭଲ ଲାଗେ ପୃଥିବୀ। 

ତାଙ୍କ ଶ୍ରୀଚରଣରେ 

      ସଦା ଅବନତ କରି ମଥା,

ଆମେ ଜୀବନ ଯାକ 

      ବୁଝୁଥିବା ତାଙ୍କ ମନ କଥା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract