STORYMIRROR

Keshab Chandra Dash

Abstract Action Children

4  

Keshab Chandra Dash

Abstract Action Children

ଅପାଶୋରା ପିଲାଦିନ

ଅପାଶୋରା ପିଲାଦିନ

1 min
267

ନୀରବ ନିଶ୍ଚଳେ ବସି ମୁଁ ଭାବୁଛି

କାହିଁ ଗଲା ସେଇ ପିଲାଦିନ

ବୟସର ଆଜି ବାର୍ଦ୍ଧକ୍ୟ ଅଵସ୍ଥା

ସବୁ ଯେ କରିଛି ମଉନ ।


ଭାବୁଅଛି ସତେ ଅବା କେଉଁ ବିଦ୍ୟାବଳେ

ମୋ ବାଳୁତ ଅବସ୍ଥା ଆସନ୍ତା ଫେରି

ବାଲ୍ୟ ସମୟର ଆନନ୍ଦ ମିଳନ୍ତା

କରିଥାନ୍ତି ଉପଭୋଗ ମନ ଭରି ।


ପିଲା ଦିନର ସେ ବାଲ୍ୟ ଚପଲତା

ଆଜି ଦେଖିବାକୁ ମିଳୁନାହିଁ

ବାଟି,ଗୁଡ଼ି, ନଟୁ ଆଉ କେଲି ବାଡି ଖେଳ

କେବେଠୁ ଗଲା ଉଭେଇ ।


ଆଜିର ପିଲା ଯେ ପହଁରା ଜାଣିନାହିଁ

କାହୁଁ ଜାଣିବ ସେ ମଜା

ସାଙ୍ଗସାଥୀ ମେଳେ ନଦୀ ପାଣି ଯେ ପହଁରା 

ଆଉ ଶ୍ରାବଣ ବର୍ଷାରେ ଭିଜା।


ପିଲାଦିନର ସେହି ଲୁଚକାଳି ଖେଳ

ଝିଅ ମାନଙ୍କର ଘୋ ଘୋ ରାଣୀ

ହାତ ଧରା ଧରି ଆନନ୍ଦରେ ସର୍ବେ

କହୁଥିଲେ ଆଣ୍ଠେ ଆଣ୍ଠେ ପାଣି ।


ଆଈ ମାଆ କାହାଣୀ ଶୁଣିବାକୁ କେତେ

ନାତି ନାତୁଣୀଙ୍କ ଜମୁଥିଲା ସନ୍ଧ୍ୟା ଆସର

ଶ୍ରାବଣର ମଜା ଡଙ୍ଗା ଭସାରେ ଯେ ଅଛି

ଭିଜୁଥିଲେ ହୋଇ ଓଦା ସର ସର।


ସାଙ୍ଗସାଥିଙ୍କ ମେଳରେ ନିତି ମାଡ ଗୋଳ

ହୁଏ ମିଠି କେତେ କଟି 

ବାଲିଘରେ ପୁଣି ମନ ମିଶିଯାଏ

ହୋଇଯାଏ ପଟାପଟି।


ଆଜିର ଦିନରେ ମନେ ପଡ଼ୁଅଛି

ପିଲାଦିନର ସେ କଥା

ସେ ଆନନ୍ଦ ଆଉ ଫେରି ନ ଆସିବ

ଭାବି ମନେ ହୁଏ ବ୍ୟଥା ।


ଆଜିର ପିଲାଏ କାହୁଁ ବା ଜାଣିବେ

ବାଲ୍ୟ ଚପଲତା ସ୍ମୁତି ଗାଥା

ପଢ଼ା ବୋଝ ସଙ୍ଗେ ମୋବାଇଲ ନିଶା

ଘୂରୁଅଛି ତାଙ୍କ ମଥା।


ଜୀବନଟା ତାଙ୍କ ହୋଇଛି ନିରସ

ଖାଲି ବସି ବସି ପଢ଼ା ଘରେ 

ସ୍କୁଲ ଘର କାର୍ଯ୍ୟ ଆଉ ଟିଉସନ ପାଇଁ

ଆଖି ପାଣି ଆଖି ମରେ।


ସେ ନୈସର୍ଗିକ ଆନନ୍ଦ ପିଲାଦିନ ସ୍ମୁତି

ସେହି ଅପାସୋରା ପିଲାଦିନ

ଜୀବ ଥିବାଯାଏ ତାହା କେବେ ନ ଲିଭିବ 

ଝୁରି ହେଉଥିବ ମନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract