STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

କଳ୍ପନାର ନେତ୍ର

କଳ୍ପନାର ନେତ୍ର

1 min
292

ଭାବନାର ତରଙ୍ଗାୟିତ ଆଶା ସ୍ବପ୍ନରେ 

ନବ ଅଭିନବ ଅସରନ୍ତି ଦୃଶ୍ୟରାଜି 

ଅନ୍ତଃକରଣରୁ ଦେଖେ କଳ୍ପନାର ନେତ୍ର 

କ୍ଷଣକୁ କ୍ଷଣ ବଦଳୁଥାଏ ତାର ରଙ୍ଗ

ସୂକ୍ଷ୍ମାତି ସୂକ୍ଷ୍ମରୁ ସ୍ଥୂଳ ଯାଏଁ ମନ ତା' ଆଙ୍କେ

ସେ ସବୁ ନିଆରା ଚମତ୍କାର ସ୍ବତନ୍ତ୍ର

କଳ୍ପନାର ନାହିଁ କିଛି ସୀମା ସରହଦ

ସେ ଲମ୍ବି ଆସିପାରେ ସୂର୍ଯ୍ୟର ରଶ୍ମି ପରି

ବିସ୍ତାରିତ ହୁଏ ଦ୍ରାଘିମାରେଖା ଭଳି

ଛୁଇଁ ପାରେ ପରିକ୍ରମାରେ ବିଶ୍ଵ ବ୍ରହ୍ମାଣ୍ଡକୁ 

ଥାଏ ସାରଗର କୂଳ କିନାରା ସମ ଅନିର୍ଦ୍ଦିଷ୍ଟ

ଆକାଶର ଦୂରତା ପରି ଅପରିମେୟ

ଲାଗେ ଯେ ମନକୁ ମନ ଅଦ୍ଭୁତ ବିଚିତ୍ର

ମଣିଷ ତାର ଇଚ୍ଛାଶକ୍ତି ଆଗ୍ରହକୁ ନେଇ

କଳ୍ପନାର ନେତ୍ରେ ଦେଖେ ବିଭିନ୍ନ ରୂପ ସବୁ

ସେ ଭାବନାର ଦୃଶ୍ୟରୁ ହୁଏ ସ୍ବଭାବ ଚରିତ୍ର

କେବେ ସକରାତ୍ମକ କେବେ ନକରାତ୍ମକ

ଭାବ ଭାବନାରେ ସେ ହେଉଥାଏ ଆନ୍ଦୋଳିତ 

ଯା' ଆକାଶର ବାଦଲ ପରି ଘୋଟି ଆସେ 

କଳ୍ପନାର ନେତ୍ର ଦେଖେ ବାସ୍ତବ ଅବାସ୍ତବ 

ସତ୍ୟ ଓ ବାସ୍ତବ ସେ ଦେଖି ପାରେ ବେଶି

ଯା'ର ମନ ହୃଦୟ ଥାଏ ନିର୍ମଳ ନିଷ୍ପାପ 

ସେ ଦେଖେ ସତ୍ଯ ତା' କଳ୍ପନାର ନେତ୍ରରେ  

ସେ ସବୁ ଚିନ୍ତା ଚେତନାର ସୂକ୍ଷ୍ମ ଦୃଶ୍ୟରୁ

ନିର୍ଣ୍ଣୟ କରେ ଜୀବନର ଗତିପଥ ଆଗକୁ

ଆଚାର ବିଚାର ରୁତି ନୀତି ହୁଏ ସେମିତି

କଳ୍ପନା ପ୍ରଭାବ ପକାଏ ମାନସିକ ସ୍ତରରେ 

ଅନୁଭବ କରେ ଯା' ଗ୍ରହଣ କରେ ତାହା

ସେ କଳ୍ପନାକୁ ସତ୍ୟ ଓ ବାସ୍ତବ ରୂପ ଦିଏ 

ଯେ ସମୀକ୍ଷା କରେ ଠିକ୍ ତା' ବିଚାରରେ

ସେ ହିଁ ହୁଏ ମହତ ଅନ୍ୟର ପ୍ରିୟପାତ୍ର।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action