STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ହେ ପରମେଶ୍ବର

ହେ ପରମେଶ୍ବର

1 min
258


ହେ ପରମେଶ୍ବର ତୁମରି ମହିମା

     ବର୍ଣି ବାକୁ ନାହିଁ ଭାଷା

ତୁମରି କରୁଣା ମାପିବାକୁ କାରେ

      ନ ମିଳଇ କେଉଁ ଦିଶା।


ତୁମ ଗଭୀରତା କେହି ଜାଣେ ନାହିଁ

      ଲୋଡା କେତେ କେତେ ଜନ୍ମ

ଅଳପ ଆୟୁଷ ଅଳପ ଜ୍ଞାନରେ

       ସମାପ୍ତ ହୁଏ ଜୀବନ।


ଗୀତା ଭାଗବତ ପୁରାଣ ପୋଥିରେ

       ଅବା ରାମାୟଣ ଗ୍ରନ୍ଥ

ଦେଇ ପାରେ ନାହିଁ ଦର୍ଶନ ତୁମର

      କହିଛନ୍ତି ସାଧୁ ସନ୍ଥ।


ତୁମେ ଅଛ ପରା ସବୁରି ହୃଦୟେ

      ଖୋଜିବାକୁ ଅଛି ବାକି

ଯାହାର ଭକତି ଯେତିକି ନିବିଡ

      ତୁମେ ତାହା ପାଇଁ ସାକ୍ଷୀ।


ବିଶ୍ୱାସ ର ହରି ବିଶ୍ୱାସେ ମିଳନ୍ତି

      ରଖ ଏଥିରେ ବିଶ୍ୱାସ

ତୁମେ ଅଟ ସବୁ ଜୀବର ଜୀବନ

      ଜଗନ୍ନାଥ ମୋ ଉଶ୍ୱାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action