STORYMIRROR

Kabiratna Nutan Kumar Behera

Abstract Action Classics

4  

Kabiratna Nutan Kumar Behera

Abstract Action Classics

ମୋ ହାତେ ବାନ୍ଧି ଦେ ତୁ ରାକ୍ଷୀ

ମୋ ହାତେ ବାନ୍ଧି ଦେ ତୁ ରାକ୍ଷୀ

1 min
327

  


ମୋ ଅଲିଅଳି ଟିକି ଭଉଣୀ

ମୋ ହାତେ ବାନ୍ଧି ଦେ ତୁ ରାକ୍ଷୀ

ଭାଇ ଭଉଣୀର ପବିତ୍ର ସଂପର୍କର

ଏ ହୋଇ ରହିବ ମୂକସାକ୍ଷୀ

ତୋ ମାନ ଅଭିମାନ ରାଗ ରୁଷା

ଦୂରେଇ ଯିବ ଲୋ

କରିବି ନାହିଁ ତୋତେ ମୁଁ ନିରିମାଖି

ସେନେହ ଶରଧା ଅଜାଡି ଦେବି 

ହୃଦୟେ ତୋର ରହିବ ଲାଖି

ମୋ ଆଗେ ସଦା ରହିବୁ

ଯେମିତି ମୋର ଏ ଦୁଇ ଆଖି

ହସ ହସ ଫୁଟା ଫୁଲ ପରି

ତୋ ମୁହଁ ଦିଶୁଥିବ

ଥିବି ମୁଁ ତୋ ଉପରେ ନଜର ରଖି

ଝରିବାକୁ ଦେବି ନାହିଁ କେବେ

ତୋ ଆଖିରୁ ଲୁହ

ଛାତିରେ ରଖୁଛି ଲେଖି

ତୁ ମୋ ଜୀବ ଜୀବନ ହୋଇ

ରହିବୁ ଲୋ ଚନ୍ଦ୍ରମୁଖୀ

ମୋ ହାତେ ବାନ୍ଧି ଦେ ତୁ ରାକ୍ଷୀ

ତୋ ଜୀବନ ବାଟରୁ

ଯେତେ କଣ୍ଟା ଆଡେଇ ଦେବି

ଚାଲିବୁ ତୁ ସଳଖି

ଦୁଃଖ ବିପଦ ଯା' ଆସିବ

ତୋ'ଠୁ ଛଡେଇ ଆଣି

ସବୁ ମୁଁ ଚନ୍ଦନ ପରି ନେବି ମାଖି

ତୋ ଭାଇ ମୁଁ ହୋଇଛି

ହୋଇ ରହିବି ଜନମ ଜନମ

କରିବିନି ତୋତେ ଦୁଃଖୀ

ତୋ ପାଇଁ ସବୁ ସୁଖ ଆଣି ଦେବି 

ସୁଯଶ ସୁନାମ ଥିବୁ ତୁ ରଖି

ଶବରୀ ପରି ଖୁଆଇବି ତୋତେ

ସବୁ ମିଠା ଫଳ ଚାଖି ଚାଖି

ରୂପା ପାଲିଙ୍କିରେ ସୁନା କନିଆଁ ସାଜି

ଯିବୁ ତୁ ତୋ ଶାଶୁଘର

ରାଜ କୁମାରଟିଏ ଆଣିବି ବାଛି

ହେବ ଲୋ ସିଏ ତୋ ମନଲାଖି

ରହିଥିବୁ ଲୋ ହୋଇ ତୁ ସୁଖୀ

ଯିବୁନି ଭାଇକୁ ତୁ ପାଶୋରି

ପର କରି ହେବୁନି ଲୋ ମନମୁଖୀ

ମୋ ହାତେ ବାନ୍ଧି ଦେ ତୁ ରାକ୍ଷୀ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract