ବର୍ଷା ସମୟ
ବର୍ଷା ସମୟ
ଆହା କେତେ ମଜା ରସ
ସ୍ନିଗ୍ଧ
ଉନ୍ମାଦନା
ଭରି ଦିଏ ବର୍ଷା କାଳ
ଜନ ମନେ ନାନା ।
ବର୍ଷଣ ମୁଖର
ଧରା ଲାଗେ କେତେ ଖୁସି ।
ବନେ ଉପଵନେ ଫୁଟେ
ଫୁଲ ନାନା ଜାତି ।
କେତେ ମଧୁ ଝରା
ଏଇ ବରଷା ସମୟ
ହସ ଖୁସି ରସ ବାସ
ବୋଳା ବେଳା ଯାର ।
ଆନନ୍ଦ ଉଲ୍ଲାସ ମଧ୍ୟରେ
ଜଳ ପୂର୍ଣ୍ଣ ସ୍ଥାନେ
ଖେଳୁ ଥାନ୍ତି
ହରଷିତ ମନେ
ପ୍ରାଣୀ ମାନେ ।
