STORYMIRROR

Debabrata Mishra

Abstract Action Classics

4  

Debabrata Mishra

Abstract Action Classics

ସ୍ଥାନାନ୍ତର

ସ୍ଥାନାନ୍ତର

1 min
111


ଦିନ ନୁହେଁ ସପ୍ତାହ ନୁହେଁ 

ମାସ ନୁହେଁ ବର୍ଷ ନୁହେଁ

ବର୍ଷ ବର୍ଷର କଥା

ଏ ତ ଯୁଗର କଥା,


ସମୟ ନିର୍ଦେଶନାରେ

ଯୁଗର ପ୍ରଚଣ୍ଡ ଆଦେଶରେ 

ନିଜ ଭିତରେ ବନ୍ଦୀ 

ଚିନ୍ତା ଚେତନାରେ ହୋଇ ଛନ୍ଦି

କେତେବେଳେ କୁଆଡେ କାହିଁକି

କେମିତି ହୁଏ ସ୍ଥାନାନ୍ତର

ତାହା ଭାଗ୍ୟର କଥା,


ଶରୀର ଯାଏ ମନ ଯାଏ

କାଳର କରାଳ ଗତିରେ ଧନ ଯାଏ

ବୟସ ଯାଏ ସୁଖ ଯାଏ ଦୁଃଖ ଯାଏ

ବଦଳୁଥାଏ ଜୀବନ ଓ ସପନ

ବଦଳୁଥାଏ ଜୀବନ ଗାଡ଼ିର ଛକ

କେବେ ଉଚ୍ଚ ହୁଏ ମଥା

କେବେ ହୁଏ ଚିନ୍ତାରେ ମୁଣ୍ଡ ବ୍ୟଥା,


ସମୟ ନେଉଛି ଟାଣି

ଦିନ ହେଲାଣି ଆପେ ଗଣି

ଫେରୁଛି ପୃଥିବୀରୁ ବରଷାରାଣୀ

ଠିକ୍ ଏହି ସମୟରେ ଘୁଞ୍ଚୁଛି ପାଦ

ଜୀବନରେ ଆସିଥାଏ କେତେ 

ସଂଘର୍ଷ ଅପବାଦ ସମ୍ମାନ ଓ ଅପମାନ

ମନେ ପକାଇବ ଦିନେ ମାଟି

ନିଶ୍ଚିତ ଝୁରିବେ ଗଛପତ୍ର ତରୁଲତା

ଏହା ତ ଜୀବନର ଜୀବନୀ ଗାଥା,


ଈଶ୍ୱର ବିନା ଶୂନ୍ୟ ତୁଚ୍ଛ ସବୁ

ଈଶ୍ୱର ଚାହିଁଲେ ଆମେ ବାହାରିଯିବୁ

ନୁଆ ଏକ ପର୍ଯ୍ୟାୟ ଆରମ୍ଭ

ନୂତନ ଜୀବନ ଋତୁର ହେବ ଶୁଭାରମ୍ଭ

ଗଢାହୁଏ ଭାଙ୍ଗୁଥାଏ ଯୁଗଯୁଗର ପ୍ରଥା

ଏ ତ ବାସ ସ୍ଥାନାନ୍ତରର କାହାଣୀ କଥା 

ପ୍ରଭୁ ମହାବୀର ଧରିଥିବ ହାତ ଆମ

ଆମେ ତୁମ ଚରଣରେ ସଦା ଆଶ୍ରିତା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract