STORYMIRROR

Kabiratna Nutan Kumar Behera

Action Inspirational

4  

Kabiratna Nutan Kumar Behera

Action Inspirational

ଆ' ଜହ୍ନମାମୁଁ ସରଗ ଶଶି

ଆ' ଜହ୍ନମାମୁଁ ସରଗ ଶଶି

1 min
346

     

" ଆ' ଜହ୍ନମାମୁଁ ସରଗ ଶଶି " ଏ ମଧୁର ଗୀତି

ଅବୁଝା ଅଝଟ ହେଲେ କୋଳରେ ଧରି

ହାତେ ଦେଖାଇ ଜହ୍ନ ମା' କରୁଥିଲା ଆବୃତ୍ତି 

ନବୁଝି ବି ହେଉଥିଲୁ ଆବେଗେ ଭାରି ଖୁସି 

ପୋଛି ଦେଲେ ମା' ଆଖିରୁ ଲୁହ ଉଠୁଥିଲୁ ହସି 

ପ୍ରକାଶ କଲେ କେହି ତା' ଆଶା ସ୍ଵପ୍ନର କଥା

ଅନ୍ୟ ଜଣେ ବିଦ୍ରୁପରେ ପରିହାସ କରି

କହୁଥିଲା " ବାମନ ହୋଇ ସୁଧାଂଶୁ 

ଧାରଣେ କାମନା " ଆକାଶ କୁସୁମ କଳ୍ପନା 

ବିରସ ମନରେ ଲାଗୁଥିଲା କେତେ ବ୍ୟଥା

ସବୁ ସ୍ବପ୍ନ ଆଶା ଆଜି ପାଇଛି ଅପୂର୍ବ ସଫଳତା 

ଚନ୍ଦ୍ରପୃଷ୍ଠରେ ଯାଇ ଅବତରଣ କରିଛି ଯାନ

' ଚନ୍ଦ୍ରାୟନ -୩ ' ବହୁ ପ୍ରତୀକ୍ଷାର ହେଲା ଅନ୍ତ

ସାରା ବିଶ୍ବ ଦରବାରରେ ଭାରତ ରଚିଲା

ଗର୍ବ ଗୌରବର ଅଦ୍ୱିତୀୟ ନୂଆ ଇତିହାସ

ସାକାର ହେଲା ଦୀର୍ଘଦିନର ପ୍ରଚେଷ୍ଟା ପରିଶ୍ରମ

କରିଥିଲେ ଯା' ଇସ୍ରୋ ବୈଜ୍ଞାନିକମାନେ ଅକ୍ଳାନ୍ତ

ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି

' ଚନ୍ଦ୍ରାୟନ -୩ 'ଉଡ଼ାଇଲା ଜାତୀୟ ପତାକା

ଦେଶବାସୀ ହେଉଛନ୍ତି ଆନନ୍ଦ ଉଲ୍ଲାସେ ବିମୁଗ୍ଧ

ମହାକାଶ ଗବେଷଣାରେ ବିଶ୍ଵେ ହୁଏ ପ୍ରଶଂସିତ

ବୈଜ୍ଞାନିକ ହେଲେ ଖ୍ୟାତନାମା ଶ୍ରେଷ୍ଠ ତାରକା

ରୁଷ୍ ଆମେରିକା ଓ ଚୀନ୍ ଦେଶ ପରେ ଭାରତ

ସାରା ବିଶ୍ବରେ ଅଧିକାର କଲା ଚତୁର୍ଥ ସ୍ଥାନ

ତାର ସହିତେ ଚନ୍ଦ୍ରର ଦକ୍ଷିଣ ମେରୁରେ 

ନିରାପଦେ ଅବତରଣ କରି ବିଶ୍ବରେ ପ୍ରଥମ 

ଶୀର୍ଷରେ ପହଞ୍ଚିବା କୃତିତ୍ବ କରିଛି ଅର୍ଜନ

ଆଜିର ଅଗଷ୍ଟ ତେଇଶ ବୁଧବାର ଦିନ

ଚିରସ୍ମରଣୀୟ ହୋଇ ରହିବ ମାନବ ମାନସେ

ଏ ଶୁଭ ମୁହୂର୍ତ୍ତ ସନ୍ଧ୍ୟା ଛଅଟା ଚାରି ମିନିଟ୍

ଏବେ ଚନ୍ଦ୍ରର କାଳ୍ପନିକ ସବୁ ଗୁପ୍ତ ରହସ୍ୟ

ସହଜସାଧ୍ୟ ହେବ କରିବାକୁ ଉନ୍ମୋଚନ 

ଚନ୍ଦ୍ରଯାନ ସେଠାରେ ଚଉଦ ଦିନ ଧରି ରହିବ 

ଚନ୍ଦ୍ରର ମାଟି ଜଳ ଓ ଜୀବନର କରିବ ସନ୍ଧାନ 

ଶୁଭେ ଜୟ ଜୟକାରର ଗୁରୁ ଗମ୍ଭୀର ଧ୍ଵନି

ସ୍ପନ୍ଦିତ ହୁଏ ପ୍ରତିଟି ଭାରତୀୟଙ୍କ ହୃଦୟରେ 

ଇସ୍ରୋର ଏ ସଫଳତା ମହାକାଶ ଗବେଷଣାରେ

ଆଗାମୀଦିନେ ଦେବ ପ୍ରେରଣା ଯୋଗାଇବ ଇନ୍ଧନ

" ଆ' ଜହ୍ନମାମୁଁ ସରଗ ଶଶି " ସେ କଳ୍ପିତ ଗୀତ

ସାରା ଜଗତ ପାଇଁ ହୋଇଛି ବାସ୍ତବରେ ସତ।

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action