STORYMIRROR

Purna chandra Rana

Classics

3  

Purna chandra Rana

Classics

ମଧୁ କୈଟଭଙ୍କ ବଦ୍ଧ

ମଧୁ କୈଟଭଙ୍କ ବଦ୍ଧ

2 mins
181


ଶତ କୋଟି ପ୍ରଣିପାତ ତୁମରି ପୟରେ

ବିଶ୍ବ ପ୍ରଚଳିତ ସଦା ତୁମ ଇସାରାରେ

ତୁମେ ତ ଶ୍ରୀହରି ବିଷ୍ଣୁ ମାୟା ଯେ ଅପାର

ତୁମ ମାୟା ବଳେ ଚାଲେ ଏ ସାରା ସଂସାର ।୧


ସୂର୍ଯ୍ୟ ପୁତ୍ର ଶନିଦେବ ହେଲେ ଯେ କ୍ରୋଦ୍ଧିତ

ଶ୍ରୀହରି ବିଷ୍ଣୁଙ୍କୁ କରିବାକୁ କଳଙ୍କିତ

ନିଜ ମହାଶକ୍ତି ନେଇ ଗଲେ ଯେ ସ୍ବର୍ଗକୁ

ସ୍ବର୍ଗ ପୁରେ ଭେଟିଲେ ନିଜ ପିତା ସୂର୍ଯ୍ଯଙ୍କୁ ।୨


ପିତା ପୁତ୍ରଙ୍କର ହେଲା ଯେ କଟୁ ଆଳାପ

ଶନିଦେବ ଭଗ୍ନ କଲେ ପିତାଙ୍କର ସଙ୍କଳ୍ପ

ସେ ସମୟେ ମହାପ୍ରଭୁ ଥିଲେ ଯେ ଧ୍ୟାନରେ

ଦୃଷ୍ଟ ଶକ୍ତି ପ୍ରବେଶିଲେ ଶ୍ରୀହରିଙ୍କ କର୍ଣ୍ଣରେ ।୩


କର୍ଣ୍ଣର ସ୍ପର୍ଶରେ ଜନ୍ମିଲେ "ମଧୁ , କୈଟଭ"

ନିଜ ଶକ୍ତି ବଳେ ତ ପରଖିଲେ ସ୍ବଭାବ

ନିଜକୁ ଭାବିଲେ ଦୁହେଁ ଶକ୍ତିଶାଳୀ ଅତି

ମଧୁ କୈଟଭଙ୍କର ଭ୍ରମିତ ହେଲା ମତି ।୪


ନିଜ ଶକ୍ତି ପରୀକ୍ଷଣେ ବରଷିଲା ନିଆଁ

ସୃଷ୍ଟି କର୍ତ୍ତା ସ୍ବୟଂ ବ୍ରହ୍ମା ହେଲେ ତ ଛାନିଆଁ

ମତି ଭ୍ରମ ହୋଇ କଲେ ବିଷ୍ଣୁଙ୍କୁ ସ୍ମରଣ

ଶ୍ରୀହରି ଯେ ସ୍ବର୍ଗପୁରୁ ଆସିଲେ ଧାଇଁଣ ।୫


ଉପସ୍ଥିତ ହୋଇଥିଲେ ବ୍ରହ୍ମାଙ୍କ ନିକଟେ

ସୃଷ୍ଟି କର୍ତ୍ତା ପଡିଥିଲେ ବହୁତ ସଙ୍କଟେ

ମିଷ୍ଠ ଭାଷେ କହିଥିଲେ ହେ ମଧୁ କୈଟଭ

ଫେରିଯାଅ ମର୍ତ୍ତ୍ୟ ଧାମ ନ କରି ବିକ୍ଷୋଭ ।୬


ବିଷ୍ଣୁଙ୍କର କଥାଶୁଣି କଲେ ଅଟ୍ଟହାସ୍ୟ

ମହାଶକ୍ତି ପାଇ ନିଜେ ସେ ଦୁଇ ରାକ୍ଷସ

ନିଜ ବଚନେ କହିଲେ ଆମେ ମହାଶକ୍ତି

ସାଥେ ଆଣିଅଛୁ ଆମେ ତୋହର ବିପର୍ତ୍ତି ।୭


ଦୃଷ୍ଟ ଶକ୍ତି ଦୁହେଁ କଲେ ଯୁଦ୍ଧ ବିଷ୍ଣୁ ସଙ୍ଗେ

ହତାସ ହୋଇଲେ ଦୁହେଁ ସାଗର ତରଙ୍ଗେ

ଶନିଦେବ ଦେଉଥିଲେ ଶକ୍ତି ବାରମ୍ବାର

ଯୁଦ୍ଧ ମଧ୍ୟେ ମହାପ୍ରଭୂ ହେଲେ କମଜୋର ।୮


ଅନନ୍ତ ଅନାଦି ସ୍ବୟଂ ନେଲେ ଯେ ବିଶ୍ରାମ

କିଛି କ୍ଷଣ ପାଇ ପୁଣି କରିଲେ ଆରାମ

ତପ ମଧ୍ଯେ ଅନ୍ତର୍ଯାମୀ କରୁଥିଲେ ମାୟା

ସାରା ବିଶ୍ବ ମଧ୍ୟେ କେତେ ଖେଳିଗଲା କାୟା ।୯


ଏହା ଦେଖି ମହାଲକ୍ଷ୍ମୀ ଉପାୟ ପାଞ୍ଚିଲେ

ମାତା ସରସ୍ବତୀ ପାସେ ବେଗେ ଧାଇଁ ଗଲେ

ସମ୍ପୂର୍ଣ୍ଣ ଯୁଦ୍ଧକୁ ମାତା କରିଲେ ବର୍ଣ୍ଣନା

ସ୍ବୟଂ ମାତା ପାଇଥିଲେ ଉତ୍ସାହ ପ୍ରେରଣା ।୧୦


ଦୁଇ ମାତା ଭେଟିଥିଲେ ପାର୍ବତୀ ଦେବୀଙ୍କୁ

ତିନି ଦେବୀ ଗଢିଥିଲେ ମାତା ଭବାନୀଙ୍କୁ

ମାତା ଭବାନୀ ଚାଲିଲେ ଯୁଦ୍ଧ ଅଗ୍ରସରେ

ଦେବୀ ରୂପ ଦେଖି ଦୃଷ୍ଟ କମ୍ପିଲେ ଡରରେ ।୧୧


ମଧୁ କୈଟଭ କହନ୍ତି ତୁ ଯେ ଏକ ନାରୀ

ତୋର ବିନାଶ କରିବୁ ଦୁଇ ହସ୍ତେ ଧରି

ମାତା ହସି ହସି ଦେଲେ ଶ୍ରୀହରିଙ୍କୁ ଶକ୍ତି

ବିଷ୍ଣୁଙ୍କ ବିନାଶ ଶକ୍ତି ଭ୍ରମ କଲା ମତି । ୧୨


ଦୁହେଁ ରାକ୍ଷସ ଯେ ପୁନଃ ହେଲେ ମିଷ୍ଠ ଭାଷୀ

ବିଷ୍ଣୁଙ୍କ ପ୍ରଶଂସା କଲେ ଦୃଷ୍ଟ ଶକ୍ତି ଆସି

ବୈକୁଣ୍ଠ ପାଳକ ତୁମେ ମହାନ ପୁରୁଷ

ତୁଚ୍ଛ ଥିଲା ତୁମ ପ୍ରତି ଆମର ପ୍ରୟାସ । ୧୩


ତୁମ ପ୍ରତି ପ୍ରସନ୍ନ ଯେ ଆମେ ଦୁଇ ଶକ୍ତି

କି ବର ମାଗିବ ମାଗ ହେ ସ୍ବର୍ଗ ନୃପତି

ରାକ୍ଷସଙ୍କୁ ଭାବିବାକୁ ଦେଲେ କିଛି କ୍ଷଣ

ସୁଦର୍ଶନ ଚକ୍ରେ ପୁଣି ନେଲେ ତାଙ୍କ ପ୍ରାଣ ।୧୪


ସ୍ବର୍ଗପୁରେ ଶୁଭିଲା ଯେ ଜୟ ଜୟକାର

ବଦ୍ଧ ହୋଇଗଲା ଯେବେ ମଧୁ କୈତବର

ଶନିଦେବ ଚିତ୍ତେ ରୋଷ ହେଲା ଯେ ପ୍ରଚୁର

ଛାଡି ଗଲେ କିଛି କ୍ଷଣେ ସେ ବୈକୁଣ୍ଠ ପୁର ।୧୫


ନମସ୍ତେ ନମସ୍ତେ ବିଷ୍ଣୁ ଜଗତ କରତା

ସଭିଙ୍କ ମୁଖରେ ପୁଣି ତୁମରି ବାରତା

ତୁମେ ଏଇ ସଂସାରର ଦଇବ ବିଧାତା

ଘଣ୍ଟ ଘୋଡାଇ ରଖିଥା ହେ ଜଗତ ପିତା ।୧୬


  ( ବିଷ୍ଣୁ ପୁରାଣର ଅଂଶ ବିଶେଷ )


     


Rate this content
Log in

Similar oriya poem from Classics