STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ଆଶା ରଖିଥିବା

ଆଶା ରଖିଥିବା

1 min
11

ଜୀବନରେ ଝଡ ଝଞ୍ଜାକୁ ସହି 

ଯୁବକଟି ଆଉ ନପାରେ ରହି।

ଏକୁଟିଆ ବସି ଚିନ୍ତାରେ କାଟେ

ସାଧୁ ଜଣେ ଯାଉଥିଲେସେ ବାଟେ।

 କହିଥିଲେ କିସ ବସିଛ ଭାଇ 

ନିର୍ଜନ ସ୍ଥାନରେ ଏକଲା ଥାଇ।

ଯୁବକଟି କହେ କିବଞ୍ଚି ଲାଭ

 ଜୀବନଟା ସାରାତ ଅନୁତାପ।

ପାଖରେ ଆଶ୍ରମ ଆସତ ଚାଲି

ଏକା ଏକା କିମ୍ପା ବସିଛ ଖାଲି।

ଆଶ୍ରମ ନିକଟେ କୁକୁଡା ଟିଏ,

 ବୋବାଏ ସକାଳେ କାମରେ ଯାଏ।

 ଝଡ ପବନରେ ଭାଙ୍ଗିଲା ଭାଡ଼ି

ଅଳିଆ ଭିତରୁ ପରକୁ ଝାଡି।

ଘର ଘର ବୁଲି ଦୁଆରେ ଡାକ

ସକାଳ ପହରୁ ହୁରୀ ତା ଆଗ।

 ଝଡ ଝଂଜାମାନ ଜୀବନେ ଆସେ

ହାରିଗଲେ ପୁଣି ଲଢ଼ ସାହାସେ।

କୁକୁଡାଟି ଯଦି ବଞ୍ଚିବା ପାଇଁ

ଧାଇଁ ଆସେ ତାର କର୍ତ୍ତବ୍ୟ ପାଇଁ।

ପଛକୁ ନ ଚାହିଁ ଆଗକୁ ଚଳ 

ସୁନ୍ଦର ସକାଳ ସୁଯୋଗ ଫଳ।

ମଣିଷର  ଆଶା ଯାଏନି ମରି

ଆଗକୁ କର୍ତ୍ତବ୍ୟ କରିବା ଧରି।

ଦିନ ପୁଣି ଆମ ସାଥିରେ ଥିବ

ଧନ, ସମ୍ପତ୍ତି ଓ ଯଶ ମିଳିବ।

ଯୁବକର ଭରି ଉଠିଲା ପ୍ରାଣ

ସାଧୁଙ୍କ ବଚନ ସତ୍ୟ ପ୍ରମାଣ।

କିଛି ବର୍ଷଗଲା ଘୂରିଲା ଚକ

ପ୍ରତିଷ୍ଠିତ ବ୍ୟକ୍ତି ସେଇ ଯୁବକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action