STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ହୋଲି

ହୋଲି

1 min
3


କୋଉ ରଙ୍ଗ ଲଗେଇବା

ଯଦି ଆକାଶରେ ଚାନ୍ଦ ନାହିଁ

ସୂର୍ଯ୍ୟକୁ ଘୋଡେଇ ଦେଇଛି

ପରାଗ ଦୁର୍ବୁତ୍ତ କେହି

ଫୁଲର ରଙ୍ଗ ହଜିଗଲାଣି ଶବଧାରେ

ଆକାଶର ନୀଳିମା ଯୁଦ୍ଧରେ

ସମୁଦ୍ର ଜଳରେ ଲୁହ ସବୁ

ଲୁହ ନଈ ହୋଇ ରହିଲାଣି ଆଖିକଣେ

ତଥାପି ରଙ୍ଗୋଲି ଫୁଲ

ଫଗୁଣର ବାଘ ଛାଲ

ବୁଢୀମାର ପାକୁଆ ପାଟି ଗେଲ

ଭାରି ଭଲ ଠିକ ହୋଲି ପରି

ଚକାଆଖି ପରି ଅଭୟ ପ୍ରଦାନକାରୀ

ହୋଲି ଆସିଛି ଆସୁଥାଉ

ରଙ୍ଗ ଦେଉ ରଙ୍ଗ ନେଉ

ଶାନ୍ତି ପ୍ରୀତି ମୈତ୍ରୀ ବାର୍ତ୍ତା ଦେଇ

ହସି ଦେଇ ଲୁହ ନେଉ ।


Rate this content
Log in

Similar oriya poem from Abstract