STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ହୋଲି

ହୋଲି

1 min
12


କୋଉ ରଙ୍ଗ ଲଗେଇବା

ଯଦି ଆକାଶରେ ଚାନ୍ଦ ନାହିଁ

ସୂର୍ଯ୍ୟକୁ ଘୋଡେଇ ଦେଇଛି

ପରାଗ ଦୁର୍ବୁତ୍ତ କେହି

ଫୁଲର ରଙ୍ଗ ହଜିଗଲାଣି ଶବଧାରେ

ଆକାଶର ନୀଳିମା ଯୁଦ୍ଧରେ

ସମୁଦ୍ର ଜଳରେ ଲୁହ ସବୁ

ଲୁହ ନଈ ହୋଇ ରହିଲାଣି ଆଖିକଣେ

ତଥାପି ରଙ୍ଗୋଲି ଫୁଲ

ଫଗୁଣର ବାଘ ଛାଲ

ବୁଢୀମାର ପାକୁଆ ପାଟି ଗେଲ

ଭାରି ଭଲ ଠିକ ହୋଲି ପରି

ଚକାଆଖି ପରି ଅଭୟ ପ୍ରଦାନକାରୀ

ହୋଲି ଆସିଛି ଆସୁଥାଉ

ରଙ୍ଗ ଦେଉ ରଙ୍ଗ ନେଉ

ଶାନ୍ତି ପ୍ରୀତି ମୈତ୍ରୀ ବାର୍ତ୍ତା ଦେଇ

ହସି ଦେଇ ଲୁହ ନେଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract