STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ଜାମୁ କୋଳି

ଜାମୁ କୋଳି

1 min
10

ଗଛରେ ଲଦିଛି ଜାମୁ କୋଳି

କଳା ଲାଲି ମିଶା ପରି ଗୋଳି ।

କବିତା ଆଣଇ ତୋଳିଧରି

ଚାଙ୍ଗୁଡ଼ି ଭିତରେ ଭରିକରି ।

ଧୋଇଦେଇ ଲୁଣ ଛିଞ୍ଚିଦେଇ

ରାଗ ଗୁଣ୍ଡ ଧାପେ ବୋଳିନେଇ ।

ଚାଖେ ସୁଆଦିଆ କୋଳି ଧରି

ଖଟା ମିଠା କଷା ସ୍ଵାଦ ପରି ।

ମଂଜି ମାନଜିଭେ ଦିଏ ଛାଟି

କସରା ଦିଶଇ ଓଠ ପାଟି ।

ମାଗିଲି ଦିଇଟା ଦେବ ଝିଅ

ମଉସା ପ୍ଲେଟରେ ଖାଇ ଦିଅ ।

ପଚାରେ ପାଟିଟା କିସ ପରି 

ଛତିଆ ପରିକା ଲାଗି କରି ।

ଲୁଣ ଲଙ୍କା ମିଶା ଚଳି ଗଲା

ଦେହକୁ ଅଶେଷ ଗୁଣ ଭଲା ।

ରକତ ଶର୍କରା ସଫା କରି

ମଧୁମେହ ରୋଗ ନାହିଁ ଧରି ।

ପଚାରେ ଏରୋଗ ହୁଏ କିସ 

ଅଧିକ ମଧୁର ଚିନି ବିଷ ।

ଆମ ଦେଶ ଏହି ରୋଗ ଖଣି

ଚିକିତ୍ସାରେ ଦେଉ ନୋଟ ଗଣି।

ଜାମୁ କୋଳି ଖାଇ ପ୍ରତିକାର

ମଧୁମେହ ପାଇଁ ଦରକାର।।


Rate this content
Log in

Similar oriya poem from Action