STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

କୋଇଲିର ସ୍ୱରେ

କୋଇଲିର ସ୍ୱରେ

1 min
16


କୋଇଲିର ସ୍ଵରେ ମନ ହଜି ଯାଏ

      ଆହା କି ମଧୁର ଗାନ

ଇନ୍ଦ୍ରଧନୁ ରଙ୍ଗେ ଆଖି ଲାଖି ଯାଏ

      ସୃଷ୍ଟିର ସୁନ୍ଦର ଦାନ।

ପାହାଡି ଝରଣା କୁଳୁ କୁଳୁ ନାଦେ

      ବହି ଆସେ କ୍ଷିପ୍ରତର 

ଲକ୍ଷ୍ୟ ସ୍ଥଳେ ଯେତେ ବାଧା ବିଘ୍ନ ଆସୁ

      ନ ଥାଏ ଟିକିଏ ଡର।

ଭ୍ରମି ଭ୍ରମି ଶେଷ ସଙ୍ଗମ ସାଗରେ

       ମିଳନରେ ଥାଏ ସୁଖ

ମିଛ ମାୟା ପଥେ ଗମଇ ମାନବ

      ଭୋଗେ ସେ ଅସୀମ ଦୁଃଖ।

ପ୍ରଭୁ ଚିନ୍ତନର ସନ୍ଦେଶ ହେଉଛି

      ଅହଙ୍କାର ଦେବା ବଳି

କ୍ରୋଧ ମୋହ ମାୟା ନାନାଦି ବନ୍ଧନ

       ସ୍ୱ ସଞ୍ଜମେ ଦେବା ଦଳି।

ଏପରି ହୋଇଲେ ଜଗତ ଦିଶିବ

       ସତେ କେଡ଼େ ଅନୁପମ 

ସମସ୍ତ ପଦାର୍ଥ ବ୍ରହ୍ମ ମୟ ଦିଶେ 

      ନର ହେବ ନାରାୟଣ।

ଆଜି ପ୍ରତ୍ୟୁଷର ଏହି ଭାବନାରେ

      ବାନ୍ଧି ରଖ ଜଗନ୍ନାଥ

ତୁମ ପରି ନାଥ ନାହାଁନ୍ତି ଜଗତେ

     ଶୁଭ୍ର କର ଚଲା ପଥ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action