ଶାନ୍ତି ପ୍ରଦାୟକ
ଶାନ୍ତି ପ୍ରଦାୟକ
ଶାନ୍ତି ପ୍ରଦାୟକ ମୁକ୍ତି ପ୍ରଦାୟକ
ସତ୍ୟ ଶିବ ହେ ସୁନ୍ଦର
ଏତେ ବଡ଼ ସୃଷ୍ଟି କ୍ଷୁଦ୍ର ମୁଁ ମାନବ
ତୁମେ ହିଁ ରକ୍ଷକ ସାର।
ତୁମେ ଚଳାଉଛ ସାରା ଜଗତକୁ
ନ ଜାଣେ ଜଗତ ଜନ
ପ୍ରତିଟି ଶରୀରେ ଜୀବାତ୍ମା ଭାବରେ
ବିରାଜି ମୋହିଛ ମନ।
ଭବ ବନ୍ଧନକୁ କାଟିବାକୁ ହେଲେ
ତୁମରି ସାନ୍ନିଧ୍ୟ ଲୋଡା
ତୁମରି ଇଚ୍ଛାରେ ଆତଯାତ ହୋଇ
ସଂସାରେ ହୋଇଛି ଛିଡା।
ତୁମର ସେ ଦୁଇ ଚକା ଚକା ଆଖି
ବିଶ୍ୱକୁ ରଖିଛି ବାନ୍ଧି
ଟିକେ ଊଣା ହେଲେ ଭେଳା ବୁଡ଼ିଯିବ
ଜୀବନ ହୋଇବ ରୁନ୍ଧି।
ଏତିକି କରୁଣା କରିବ ହେ ନାଥ
ସତ୍ୟ ଶାନ୍ତି ଦିଅ ଭରି
ମଣିଷରେ ଦିଅ ମଣିଷ ପଣିଆ
ପାପ ଯାଉ ଅପସରି।
