STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଶାନ୍ତି ପ୍ରଦାୟକ

ଶାନ୍ତି ପ୍ରଦାୟକ

1 min
15


ଶାନ୍ତି ପ୍ରଦାୟକ ମୁକ୍ତି ପ୍ରଦାୟକ

   ସତ୍ୟ ଶିବ ହେ ସୁନ୍ଦର

ଏତେ ବଡ଼ ସୃଷ୍ଟି କ୍ଷୁଦ୍ର ମୁଁ ମାନବ

    ତୁମେ ହିଁ ରକ୍ଷକ ସାର।

ତୁମେ ଚଳାଉଛ ସାରା ଜଗତକୁ

    ନ ଜାଣେ ଜଗତ ଜନ

ପ୍ରତିଟି ଶରୀରେ ଜୀବାତ୍ମା ଭାବରେ

    ବିରାଜି ମୋହିଛ ମନ।

ଭବ ବନ୍ଧନକୁ କାଟିବାକୁ ହେଲେ

     ତୁମରି ସାନ୍ନିଧ୍ୟ ଲୋଡା

ତୁମରି ଇଚ୍ଛାରେ ଆତଯାତ ହୋଇ

    ସଂସାରେ ହୋଇଛି ଛିଡା।

ତୁମର ସେ ଦୁଇ ଚକା ଚକା ଆଖି

     ବିଶ୍ୱକୁ ରଖିଛି ବାନ୍ଧି

ଟିକେ ଊଣା ହେଲେ ଭେଳା ବୁଡ଼ିଯିବ

     ଜୀବନ ହୋଇବ ରୁନ୍ଧି।

ଏତିକି କରୁଣା କରିବ ହେ ନାଥ

     ସତ୍ୟ ଶାନ୍ତି ଦିଅ ଭରି

ମଣିଷରେ ଦିଅ ମଣିଷ ପଣିଆ

     ପାପ ଯାଉ ଅପସରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action