STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ବୋଇତ

ବୋଇତ

1 min
23

କାର୍ତ୍ତିକ ମାସ ଛାଡିଲେ ବାସ

ସାଧବ ପୋତ ମେଲି,

ନଦୀ ସାଗର ଜଳରେ ତାର

ବୋଇତ ପାଲ ଠେଲି।

ଚାଲିଲେ ଦୂର ରାଇଜ ପୁର

ଜାଭା,ସୁମିତ୍ରା, ବାଲି,

ସିଂହଳ, ଦେଶ ବଣିକ ବେଶ

ଲାଗୁଛି ପରି କାଲି।

ଧନ ଦରବ ଆମେ ଗରବ

ବିଭବ ଘର ଭରା,

କଳିଙ୍ଗ ବାସୀ ବଡ ସାହାସୀ

କୁହନ୍ତି ଲୋକେ ପରା।

ଧନୀକ ବୀର ସଚ୍ଚୋଟ ଧୀର

ସରଳ ଖୁସି ମନ,

ସାଧବ ନାମେ ବିଦିତ ଆମେ 

ଅମାପ ଥିଲା ଧନ।

ଯାଇଛି ହଜି କିରତି ଭଜି

ଭସାଉ ଥାଉ ଡଙ୍ଗା,

ଗୌରବ ଦିନେ ଫେରିବ ମନେ 

ପକାଉ ଛବି ଅଙ୍କା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action