STORYMIRROR

Akshaya Dash

Romance Action Inspirational

4  

Akshaya Dash

Romance Action Inspirational

କବିତା

କବିତା

1 min
17

ନିର୍ଜନ ବେଳର ମଧୁର ରାଗିଣୀ

ତୁମେମୋ ମାନସ ଦେବୀ,

ଯେତେ ଦୁଃଖ ଥାଉ ତୁମକୁ ଆଦରି

କଳ୍ପନାକୁ ରୂପ ଦେବି।

କେତେବେଳେ ଆସି ଝଡ ସୃଷ୍ଟି କର

ବେଳେ ବେଳେ ମଧୁ ଛନ୍ଦ,

ଯୌବନ ଭରା ଫଗୁଣ ପସରା

କାମିନୀ କେତକୀ ଗନ୍ଧ।

କବିର ପରାଣେ ପ୍ରେରଣା ନାୟିକା

ଥାଉ କି ନଥାଉ ଯଶ,

ପାଉଥାଏ ସ୍ୱଚ୍ଛ ପ୍ରେମ ତୁମଠାରୁ

ଦେଖି ମୁଁହ ହସ ହସ।

କିଏ କେତେ କଥା କୁହନ୍ତୁନା କିସ

ଶବ୍ଦ ସହ ଖେଳ ମାତି,

ଚେତନାକୁ ବସି ଶାଣିତ କରୁଛି

ସାଧନାରେ ଦିନ ରାତି।

ବନ ଫୁଲ ତବ ଗଭାରେ ମଣ୍ଡନ

ଚାଖି କୋଳି ଦିଏ ଖୋଇ,

ଶବରୀ, କୈବର୍ତ୍ତ ଅପେକ୍ଷାରେ ରତ 

ଧନ୍ୟ ହେବ ପଦ ଧୋଇ।

ଭାର ସମାଜର ଛାର ବିଚାରରେ

ହାରିଯାଇ ମନ ମାରେ,

ବାହାଦୂରୀ ପଣ ଅହଙ୍କାରୀ ଗଣ

ନିକଟେ ଚାଷୀଟି ହାରେ।

ପରିଶ୍ରମ ମୂଲ ନପାଉ ମଧୂପ

ମହୁ ମହୋଷଧି ପାନ,

ଚାଖିଛନ୍ତି କିନ୍ତୁ ପ୍ରସ୍ତୁତ କଳାକୁ

କାହାକୁ କରିନି ଦାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance