STORYMIRROR

Nihar Ranjan Acharya

Romance

4  

Nihar Ranjan Acharya

Romance

ସ୍ମରଣିକା

ସ୍ମରଣିକା

1 min
936

ମୋ' ସ୍ମୃତିର ସ୍ମରଣିକାକୁ ଖୋଲି 

ତୁମେ ଖୋଜୁଥିଲ 

ମୋ' ମନର ଖୋଲା କାଗଜରେ 

ସମ୍ପର୍କର କଲମ ମୁନରେ 

ଲେଖାଥିବା ତୁମ ନାମକୁ। 


ମୋ' ସ୍ମୃତିର ସ୍ମରଣିକାକୁ ଖୋଲି 

ତୁମେ ଦେଖୁଥିଲ 

ମୋ' ହୃଦୟର କାନଭାଷ ଉପରେ 

ପ୍ରେମର ତୁଳିରେ 

ଆଙ୍କିଥିବା ତୁମ ଛବିକୁ। 


ମୋ' ସ୍ମୃତିର ସ୍ମରଣିକାକୁ ଖୋଲି 

ତୁମେ ପଢୁଥିଲ 

ମୋ' ସ୍ପନ୍ଦନର ଶବ୍ଦ କୋଷରେ 

ମୋ' ଓଠର ନିରବ କବିତାରେ 

ଯୋଡି ଗଢ଼ିଥିବା ତୁମ ଭାଷାକୁ। 


ମୋ' ସ୍ମୃତିର ସ୍ମରଣିକାକୁ ଖୋଲି 

ତୁମେ ଖୋଜୁଥିଲ 

ମୋ' ମନର ସହରରେ 

ମୋ' ହୃଦୟ ବକ୍ଷରେ 

ତୁମ ନାଁ, ଗାଁ,ଠିକଣାକୁ।


ମୋ' ସ୍ମୃତିର ସ୍ମରଣିକାକୁ ଖୋଲି 

ତୁମେ ସଜାଉଥିଲ 

ତୁମ ହାତର କୋମଳ ସ୍ପର୍ଶରେ 

ଭଲପାଇବାର ରଙ୍ଗୀନ ମନରେ 

ଗଢ଼ିଥିବା ଆମ ସଂସାରକୁ। 


ମୋ' ସ୍ମୃତିର ସ୍ମରଣିକାକୁ ଖୋଲି 

ତୁମେ ଆସିଥିଲ 

ମୋ' ପ୍ରେମ ଦୁନିଆରେ 

ମୋ' ମନ ଅଗଣାରେ 

ମୋ' ହାତ ଧରି ବାଟ ଚାଲିବାକୁ। 


ସତରେ ପ୍ରିୟା 

ଆସିଚ ଯଦି ଥରେ 

ଫେରି ଯିବ ନାହିଁ କେବେ 

ତୁମେ ଏକା ମୋର 

ମୁଁ ଏକା ତୁମର 

ରହିଥିବା ଆମେ ଜନ୍ମ ଜନ୍ମକୁ। 

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance