STORYMIRROR

Anita Dash

Romance

4  

Anita Dash

Romance

ଅପେକ୍ଷିତ ନିରନ୍ତର

ଅପେକ୍ଷିତ ନିରନ୍ତର

1 min
331

        

ନିଃଶବ୍ଦରେ ଯଦି ବୁଝି ହୋଇଯାଏ ନିଃସ୍ଵ ହୃଦୟର ଭାଷା

ନିରିମାଖି ମନ କାହିଁକି ଖୋଜିବ ଶବଦର ପରିଭାଷା!

ଯା ଆଖି ଉହାଡେ ଦେଖି ପାରିଛି ମୁଁ ଆପଣାର ପ୍ରତିଛବି

ତା ଆଖିର ମିଠା ସପନ ହେବାକୁ କାହିଁ ବା କରିବି ଜିଦ୍ଦି!


ଯେଉଁ ଦିନଠାରୁ ଛୁଇଁ ଯାଇଛ ମୋ ହୃଦୟର ପରିସର

ପ୍ରଶ୍ଵାସରେ ନିତି ତୁମକୁ ଛୁଉଁଛି ନିରବେ ମୋର ଅନ୍ତର।

ମନ-ହୃଦୟର ସହମତି ନେଇ ଛାଏଁ ଯୋଡ଼ା ଯେଉଁ ଫାଶ

ସମୟର ପ୍ରତିକୂଳତାବି ତାକୁ କରି ପାରେନା ଅବଶ।


ଦର୍ଶନ କଥନ ସ୍ପର୍ଶ କାତରତା ସବୁ ଇନ୍ଦ୍ରିୟର ଦାସ

ବୟସ ଝଡ଼ରେ ବିକାର ଭେଦରେ ହୁଅନ୍ତି କ୍ରମେ ଅବଶ।

ବେନି ହୃଦୟର ଆବେଗ ଛୁଆଁରେ ବାଜେ ମିଳନ ରାଗିଣୀ

କହ କେମିତି ଅସ୍ଵୀକାର କରିବି ମନୁଷ୍ୟ ମୁଁ ଶ୍ରେଷ୍ଠ ପ୍ରାଣୀ!


ନିଃଶ୍ବାସରେ ମୋର ବିଶ୍ୱାସ ଜଗାଇ ଦୃଢ଼ ଅନ୍ତରର ସ୍ଵର

ମହା ମିଳନର ମାହେନ୍ଦ୍ର ବେଳାକୁ ଅପେକ୍ଷିତ ନିରନ୍ତର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance